ବିଜେଡି ଛାଡି ଦେଇଛନ୍ତି ଚାରି ହିରୋ

ବିଜେଡି ଛାଡି ଦେଇଛନ୍ତି ଚାରି ହିରୋ। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ।ଅରିନ୍ଦମ ରାୟ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ବେଳେ ଦୁଇ ଦିନ ତଳେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ଭାଜପାରେ ମିଶିଥିଲେ। ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ ଦେଇ ନ ଥିଲା । ଆଜି ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇର ବିଧାୟକ ଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା। ଯାହାକୁ ନେଇ ସେ ଅସନ୍ତୋଷ ଥିଲେ। ତେଣୁ ତାଙ୍କୁ ଦଳ ଅଶଦେଖା କରୁଥିବା ନେଇ ସେ ଇସ୍ତଫା ଦେଇଥିବା କହିଛନ୍ତି ।

Related Articles

Back to top button