‘ସ୍ପେଶାଲ ୨୬’ ଫିଲ୍ମ ଭଳି ଲୋକଙ୍କୁ ଲୁଟୁଥିଲେ ନକଲି ଆୟକର ଅଧିକାରୀ

ମୁମ୍ବାଇ: ଖିଲାଡୀ ବୟ ଅକ୍ଷୟ କୁମାରଙ୍କ ହିନ୍ଦୀ ଫିଲ୍ମ ସ୍ପେଶିଆଲ ୨୬ ଭଳି ଫିଲ୍ମ ଷ୍ଟାଇଲ୍‌ରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି।  ମହାରାଷ୍ଟ୍ରର ଚନ୍ଦ୍ରପୁର ବଲ୍ଲାରପୁର ପୋଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ୨୭ବର୍ଷୀୟ ବିଶାଲ ରାଜକୁମାର ନିଲଙ୍ଗେ। ସେ କର୍ନାଟକର ବିଦରର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଶାଲ ଫିଲ୍ମ ସ୍ପେଶିଆଲ ୨୬ରୁ ପ୍ରଭାବିତ ହୋଇ ଭଡ଼ାରେ ଦାମିକାର୍‌ ଆଣି ବିଭିନ୍ନ ସ୍ଥାନରୁ ଲୁଟ୍‌ କରୁଥିଲେ। ଏପରିକି ବିମାନରେ ବିଭିନ୍ନ ରାଜ୍ୟକୁ ଗସ୍ତ କରି ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ସହ ଲୁଟ୍‌ କରୁଥିଲେ। ବିଶାଲ ଏମ୍‌ବିଏ ପଢ଼ିଥିବା ବେଳେ କର୍ନାଟକ, ମହାରାଷ୍ଟ୍ର, ଦିଲ୍ଲୀ, ତେଲେଙ୍ଗାନା, ବେଙ୍ଗାଲୁରୁ ବ୍ୟତୀତ ଆଉ କେଉଁ କେଉଁ ସ୍ଥାନରେ ଲୁଟ୍‌ କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି। ପ୍ରତ୍ୟେକ ଥର ନିଜର ପରିଚୟ ବଦଳାଇବା ସହ ଫୋଟୋଶୁଟ ଜରିଆରେ ପରିଚୟ ପତ୍ର ଓ ଫୋନ ନମ୍ବରକୁ ବଦଳାଇ ଆୟକର ଅଧିକାରୀ ହୋଇ ଲୁଟ୍‌ କରୁଥିଲେ। ଏହି ମାମଲାରେ ବେଙ୍ଗାଲୁର ପୋଲିସ ବହୁ ଦିନରୁ ନିଖୋଜ ଥିବା ବିଶାଲଙ୍କୁ ଏବେ ଗିରଫ କରି ବଲ୍ଲାରପୁର ପୋଲିସକୁ ହସ୍ତାନ୍ତର କରିଛି। ବର୍ତ୍ତମାନ ବଲ୍ଲାରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related Articles

Back to top button