ପଶ୍ଚିମବଙ୍ଗ ପୋଲିସର ଅଭିଯୋଗକୁ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଛି ଏନଆଇଏ ଟିମ୍

ପଶ୍ଚିମବଙ୍ଗରେ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ଟିମ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ଜେରା କରିବାକୁ ୨ ଜଣ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । ଏହି ନୋଟିସରେ ପଶ୍ଚିମବଙ୍ଗ ପୋଲିସ ସେଦିନର ଆକ୍ରମଣକୁ ନେଇ ଅଭିଯୋଗ କରିଥିବା ୨ ଜଣ ଏନଆଇଏ ଅଧିକାରୀ ଓ ଆହାତ ହୋଇଥିବା ଜଣେ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । ଏହାସହ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କାରକୁ ବି ସାଂଗରେ ଆଣିବାକୁ ନୋଟିସରେ ଉଲ୍ଲେଖ ରହିଛି । ପଶ୍ଚିମବଙ୍ଗ ପୋଲିସ କାରର ଫରେନସିକ ଯାଂଚ କରିବ । ସେପଟେ ପଶ୍ଚିମବଙ୍ଗ ପୋଲିସର ଅଭିଯୋଗକୁ ରଦ୍ଦ କରିବାକୁ ଏନଆଇଏ ଟିମ୍ ହାଇକୋର୍ଟରେ ଆବେଦନ କରିଛି । ଏନଆଇଏ ଟିମର ଆକ୍ରମଣ ପରେ ପଶ୍ଚିମବଙ୍ଗ ପୋଲିସ ଏନଆଇଏ ଟିମ୍ ଉପରେ ମାମଲା ରୁଜୁ କରିଥିଲା । ଏହି ଆଧାରରେ ଏବେ ଜେରା ପାଇଁ ନୋଟିସ କରିଛି । ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗରେ ଏବେ ରାଜନୀତି ଜୋର ଧରିଛି । ଏନଆଇଏ ଟିମ୍ ଉପରେ ଆକ୍ରମଣକୁ ନେଇ ବିଜେପି ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ସ୍ଥିତି ଉପରେ ମମତାଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀ ଜାତୀୟ ଯାଂଚ ଏଜେନ୍ସିର ଅପବ୍ୟବହାର ବିଜେପି କରୁଥିବା ନେଇ ଅଭିଯୋଗ କରିଛନ୍ତି ।

ଏନଆଇଏ ତରଫରୁ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ରୁଜୁ କରାଯାଇଥିବା ମାମଲାକୁ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଛି । ଏହାସହ ପଶ୍ଚିମବଙ୍ଗ ପୋଲିସ ଯେଭଳି ଏନଆଇଏ ଟିମ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତାହା ଉପରେ ବିଚାର କରିବାକୁ ମଧ୍ୟ ଏନଆଇଏ ଟିମ୍ ହାଇକୋର୍ଟରେ ଆବେଦନ କରିଛି ।

Related Articles

Back to top button