ଗୁରୁଦିବସରେ ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି  ଗୁରୁ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଅପରାହ୍ନ ୪.୩୦ରେ  ଜାତୀୟ ଶିକ୍ଷକ ପୁରସ୍କାର, ୨୦୨୨ର ବିଜେତା ଶିକ୍ଷକମାନଙ୍କ ସହ ଆଲୋଚନା କରିବେ।

ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ଦ୍ୱାରା ଯେଉଁମାନେ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିଛନ୍ତି,  ସ୍କୁଲ ଶିକ୍ଷାର ମାନ ବଢ଼ାଇଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିଛନ୍ତି ସେଭଳି କିଛି ଶ୍ରେଷ୍ଠ ଶିକ୍ଷକଙ୍କୁ  ସମ୍ମାନିତ କରିବା ଉଦ୍ଦେଶ୍ୟରେ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଛି ।

ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ କୃତୀ ଶିକ୍ଷକମାନଙ୍କୁ ସ୍ୱୀକୃତି ପ୍ରଦାନ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଉଛି । ଚଳିତ ବର୍ଷ ତିନି ପର୍ଯ୍ୟାୟର କଠିନ ଏବଂ ସ୍ୱଚ୍ଛ ଅନଲାଇନ ପ୍ରକ୍ରିୟା ଦ୍ୱାରା ଦେଶର ବିଭିନ୍ନ ସ୍ଥାନରୁ ୪୫ ଶିକ୍ଷକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।

Related Articles

Back to top button