ସମସ୍ତ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

କେନ୍ଦ୍ର ସରକାର ଦେଶର ସମସ୍ତ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରିବାକୁ । ଏହା ପାଇଁ ସରକାର ତିନି ବର୍ଷ ସମୟ ଦେଇଛନ୍ତି । ଏଭଳି ନିଷ୍ପତ୍ତି ନେବା ପଛରେ କେନ୍ଦ୍ର ସରକାର କହିଛନ୍ତି କି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆଂଚଳିକ ଭାଷାରେ କିମ୍ବା ମାତୃଭାଷାରେ ଯେକୌଣସି ଷ୍ଟ୍ରିମ ସହିତ ଜଡିତ କୌଣସିବି ପାଠ୍ୟକ୍ରମ ପଢିପାରିବେ ।

ୟୁଜିସି, ଆଇସିଟିଇ, ଏନଆଇଓଏସ୍ କେନ୍ଦ୍ର ସରକାର ଉଚ୍ଚଶିକ୍ଷା ନିୟାମକ ସଂସ୍ଥାକୁ କହିଛନ୍ତି । ଅଧ୍ୟୟନ କରିବାକୁ ଏନସିଇଆରଟି, ଏନଆଇଟି ଓ ସେଣ୍ଟ୍ରାଲ ୟୁନିଭରସିଟି ପରି ଦେଶର ପ୍ରମୁଖ ଅନୁଷ୍ଠାନଗୁଡିକୁ ମଧ୍ୟ ଆସନ୍ତା ତିନି ବର୍ଷ ଭିତରେ ଏହି ସବୁ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଣମାଧ୍ୟମ ସହ ଏକ ଆଲୋଚନାରେ ଶିକ୍ଷା ମନ୍ତ୍ରଣାଳୟ କହିଛି କି ରାଜ୍ୟ ସ୍ତରରେ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକୁ ଏହି ସବୁ ସାମଗ୍ରୀ ଯୋଗାଇବା ପାଇଁ ୟୁଜିସି, ଆଇସିଟିଇ ଏବଂ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ଯେ, ଏନଇପିର ଉଦ୍ଦେଶ୍ୟ ହେଉଛି କି ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରବେଶ ସ୍ତରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଂଚଳିକ ଭାଷାରେ ଅଧ୍ୟୟନ ଜାରି ରଖିବାର ବିକଳ୍ପ ରହିବା ଉଚିତ୍ ।

ଶିକ୍ଷା ମନ୍ତ୍ରାଳୟରେ ଜଡିତ ହୋଇଥିବା ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଂଚଳିକ ଭାଷାରେ ପଢିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଚିନ୍ତାଧାରା ଏବଂ ନୂତନତା ବୃଦ୍ଧି ପାଇଥାଏ । ଏହା ଫଳରେ ଦେଶର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାଗତ ବିକାଶ ଘଟିବ । ୨୦୪୭ ସୁଦ୍ଧା ଏହି ପଦକ୍ଷେପ ଦେଶକୁ ଏକ ବିକଶିତ ଭାରତ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ ଏବଂ ଏହାକୁ ବିକଶିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରିବ ।ଶିକ୍ଷାମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଇଞ୍ଜିନିୟରିଂ, ମେଡିକାଲ, ଆଇନ, ୟୁଜି, ପିଜି ଏବଂ ଅନ୍ୟାନ୍ୟ ସବୁ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିବାର କାର୍ଯ୍ୟ ଦୁଇ ବର୍ଷ ହେଲାଣି ଚାଲିଛି । ଏବଂ ହିନ୍ଦୀ ଅନୁବାଦ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପର ସାହାଯ୍ୟ ନିଆଯାଉଛି ।

Related Articles

Back to top button