କ୍ଲିନ୍‌ ଗଙ୍ଗା ମିଶନ୍‌ ଫେଲ୍‌ – ଆହ୍ଲାବାଦ୍‌ ହାଇକୋର୍ଟ

ପ୍ରୟାଗରାଜ: ଫେଲ୍ ମାରିଛି ମିଶନ କ୍ଲିନ ଗଙ୍ଗା । ଏମିତି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ସେ କହିଛନ୍ତି ଯେ ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନର କାର୍ଯ୍ୟ ଆଖିରେ ଧୂଳି ଦେବା ସଦୃଶ । କୋର୍ଟ କହିଛନ୍ତି ଯେ ଏହି ମିଶନ କେବଳ ଟଙ୍କା ବାଣ୍ଟିବା ମେସିନରେ ପରିଣତ ହୋଇଛି ।

ବଜେଟ ଟଙ୍କାରେ ଗଙ୍ଗାକୁ ସଫା କରାଯାଉଛି କି ନାହିଁ, ତାହା ତଦାରଖ କରାଯାଉନି । ଏହାସହ ଭିତ୍ତିଭୂମି ସ୍ତରରେ କୌଣସି କାମ ହେବା ଭଳି ଦୃଶ୍ୟମାନ ହେଉନାହିଁ। ମିଶନ ବଜେଟର ସବିଶେଷ ତଥ୍ୟ ମାଗୁଥିବା ଗଙ୍ଗା ପ୍ରଦୂଷଣ ମାମଲାର ଶୁଣାଣି ସମୟରେ ଯେଉଁ ପରିସ୍ଥିତି ଉପୁଜିଥିଲା । ତାହା ବିଚାର କରି ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ, ଜଷ୍ଟିସ ମନୋଜ କୁମାର ଗୁପ୍ତା ଏବଂ ଅଜିତ କୁମାରଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଏମିତି ମନ୍ତବ୍ୟ ଦେଇଛନ୍ତି ।

କୋର୍ଟ ପ୍ରଶ୍ନ କରିଛନ୍ତି ଏହି ମିଶନ ଜରିଆରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବଜେଟରୁ ଖର୍ଚ୍ଚ ହୋଇଛି କି ନାହିଁ ପଚାରିବାରୁ କୌଣସି ଉତ୍ତର ମିଳିନାହିଁ । ଶୁଣାଣି ଆରମ୍ଭ ହେବା ମାତ୍ରେ କୋର୍ଟ ମିଶନ ସହ ଜଡିତ ବିଭିନ୍ନ ବୋର୍ଡ ଏବଂ ବିଭାଗର ଆଫିଡେଭିଟ୍ ଉପରେ ସୂଚନା ମାଗିଥିଲେ ।

Related Articles

Back to top button