ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପରିଡ଼ା । ମନରେଗା ଯୋଜନାରେ ଏକ ରାସ୍ତା କାର୍ଯ୍ୟର ମୋରମ ବିଲ ପ୍ରଦାନ କରିବା ପାଇଁ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଜ ନେଉଥିବାବେଳେ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାବୁ କରିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ ।

ଲାଞ୍ଚ ନେଇ ଧରାପଡ଼ିବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ  ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇ ବଂଶୀଧର ପରିଡ଼ାଙ୍କ ଆଙ୍କୁଲିରେ ରହିଥିବା ଘର ସମେତ ଦୁଇଟି ସ୍ଥାନରେ ଚଢାଉ କରାଯାଇଛି । ଏପରିକି ଲାଞ୍ଚ ଟଙ୍କା ତାଙ୍କ ପକେଟରୁ ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଯାଞ୍ଚ ଚାଲିଥିବା ବେଳେ ସଠିକ ତଥ୍ୟ ମିଳିପାରି ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Related Articles

Back to top button