କାଗଜ ବିହୀନ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପରିବେଶକୁ ସୁରକ୍ଷା ରଖିବା ପାଇଁ ସମାଜରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି  । ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ପେପର ବା କାଗଜର ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ କରାଯାଇ ପେପରଲେସ କରାଯାଉଛି  । ସୁପ୍ରିମକୋର୍ଟରେ ମଧ୍ୟ ପ୍ରଥମ ଥର ପାଇଁ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ପ୍ରଥମ ଥର ପାଇଁ ‘ଗ୍ରୀନ ବେଞ୍ଚ’ ହେବାକୁ ଯାଉଥିବା ବେଳେ ,  ସେ ଓକିଲମାନଙ୍କୁ କୌଣସି କାଗଜପତ୍ର ଦଲିଲ୍‌ ଦାଖଲ ନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ କାଗଜ ନ ଆଣି ଆସିବାକୁ ନିବେଦନ କରିଛନ୍ତି। ସେ ତର୍କ ପାଇଁ (ଟେକ୍ନୋଲୋଜି) ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳର ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି।

ତେବେ ଜଣେ ଓକିଲ ଏଥିରେ ସମସ୍ୟା ହେବ କହିଥିଲେ। ଏହାର ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ ଯେ ସୁପ୍ରିମକୋର୍ଟ ଯଦି ଆପଣ କୋର୍ଟରେ ଯୁକ୍ତି କରିପାରୁଛନ୍ତି ତେବେ ଏହାକୁ ମଧ୍ୟ ସହଜରେ ଆପଣାଇ ପାରିବେ। ରେଜିଷ୍ଟ୍ରା ଏବଂ ଆଇଟି ସେଲ୍‌ର ଅଧିକାରୀମାନେ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳରେ ପାରଦର୍ଶିତା ଲାଭ କରିଛନ୍ତି। ସେମାନେ ଏ ନେଇ ଓକିଲମାନଙ୍କୁ ପ୍ରଶିକ୍ଷଣ ଦେବେ। ।  ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ପ୍ରଥମ ଥର ପାଇଁ ‘ଗ୍ରୀନ ବେଞ୍ଚ’  କାଗଜ ବିହୀନ କରିବା ପାଇଁ ଓକିଲମାନଙ୍କୁ ନିର୍ଦ୍ଦେଶ ଦେବା ସହ  ପରବର୍ତ୍ତୀ ଶୁଣାଣିରେ କାଗଜ ନ ଆଣି ଆସିବାକୁ ନିବେଦନ କରିଛନ୍ତି।

Related Articles

Back to top button