ମାଗାସେସ୍ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ

କେରଳର ପୂର୍ବତନ ମନ୍ତ୍ରୀ ତଥା ସିପିଆଇଏମର ବରିଷ୍ଠ ନେତା କେକେ ଶୈଳଜା ପ୍ରତିଷ୍ଠିତ ମାଗାସେସ୍ ପୁରସ୍କାର ନେବାକୁ ମନା କରିଛନ୍ତି । ସେ କହିଛନ୍ତି, ମାଗାସେସ୍ କମିଟି ପକ୍ଷରୁ ତାଙ୍କ ନିକଟରୁ ଚିଠି ଆସିଥିଲା। କିନ୍ତୁ ପାର୍ଟିର ସଦସ୍ୟ ଭାବେ ସେ କେନ୍ଦ୍ରୀୟ କମିଟି ସହ ଆଲୋଚନା କରିଥିଲେ ଏବଂ ଏହି ପୁରସ୍କାର ନ ନେବା ପାଇଁ ନିଷ୍ପତ୍ତି ନିଆଯାଥିଲା। ତେବେ କେଉଁ କାରଣରୁ ଦଳ ମାଗାସେସ୍ ପରି ପ୍ରତିଷ୍ଠିତ ପୁରସ୍କାର ନେବାକୁ ରୋକ ଲଗାଇଲା ତାହା ସ୍ପଷ୍ଟ କରି ନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଥିବା କେକେ ଶୈଳଜା ନିପାହ ଭାଇରସ ଏବଂ କରୋନା ଭାଇରସ ଲଢିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ନିପାହ ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା। ଏହାକୁ ମୁକାବିଲା କରିବାରେ ଶୈଳଜା ପ୍ରଭାବୀ ପଦକ୍ଷେପ ନେଇଥିଲେ। ସୂଚନା ଅନୁସାରେ, ଇମେଲ ଜରିଆରେ ପୁରସ୍କାର କମିଟି କେକେ ଶୈଳଜାଙ୍କୁ ଏହି ସୂଚନା ଦେଇଥିଲା। ଏହାସହ କମିଟି ତାଙ୍କୁ ଏଥିପାଇଁ ସ୍ୱୀକୃତି ମାଗିଥିଲା।

ଉଲ୍ଲେଖଯୋଗ୍ୟ ଯେ, ମାଗାସେସ୍ ପୁରସ୍କାର ଏସିଆର ପ୍ରତିଷ୍ଠିତ ସମ୍ମାନ ମଧ୍ୟରୁ ଗୋଟିଏ। ଏହି ପୁରସ୍କାର ସେହି ଲୋକମାନଙ୍କୁ ଦିଆଯାଇଥାଏ ଯେଉଁମାନେ ନିସ୍ୱାର୍ଥ ଭାବେ ସେବା କରିଥାନ୍ତି। ଏହି ସମ୍ମାନ ପ୍ରଥମେ ୧୯୫୭ ମସିହାରେ ଆରମ୍ଭ ହୋଇଥିଲା।

Related Articles

Back to top button