କେଜରିୱାଲଙ୍କ ପରେ ଆପ୍ ନେତା ଆତିଶି ମାର୍ଲେନାଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜରିୱାଲଙ୍କ ପରେ ମନ୍ତ୍ରୀ ତଥା ଆପ୍ ନେତା ଆତିଶି ମାର୍ଲେନାଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଆତିଶିଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ନୋଟିସ୍ ଦେଇଛି। ‘ଆପ୍‌’ର ବିଧାୟକମାନଙ୍କୁ କିଣିବାକୁ ଉଦ୍ୟମ ଚାଲିଛି ବୋଲି ଦଳ ଦେଇଥିବା ମନ୍ତବ୍ୟ ମାମଲାରେ ରବିବାର ଦିଲ୍ଲୀ ପୁଲିସ ଅପରାଧିକ ଶାଖାର ଏକ ଟିମ୍‌ ଦିଲ୍ଳୀ ଶିକ୍ଷା, ପିଡବ୍ଲୁଡି, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ବାସଭବନରେ ପହଞ୍ଚିଥିଲା। ଆପ୍‌ର ୭ଜଣ ବିଧାୟକଙ୍କୁ ଲାଞ୍ଚ ଦେଇ ପ୍ରଲୋଭିତ କରି କିଣି ନେବା ପାଇଁ ବିଜେପି ଉଦ୍ୟମ କରିଥିବା ଆପ୍‌ ଦାବି କରିଥିଲା। ଏ ସଂକ୍ରାନ୍ତରେ ନୋଟିସ୍‌ ଦେବା ଲାଗି ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ଆତିଶୀଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ସେ ତାଙ୍କ ବାସଭବନରେ ଉପସ୍ଥିତ ନଥିଲେ। ତେଣୁ ଉକ୍ତ ନୋଟିସ୍‌କୁ ଆତିଶିଙ୍କ ଷ୍ଟାଫ୍‌ଙ୍କୁ ଦେଇ ଫେରିଥିବା ସୂଚନା ମିଳିଛି। ଆସନ୍ତା ୫ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ରହିଛି।

Related Articles

Back to top button