ଦିନ ମଜୁରୀ କରୁଥିବା ଶ୍ରମିକଙ୍କ ପାଇଁ ଆସିବ ୟୁନିଭର୍ସାଲ୍ ପେନସନ ସ୍କିମ୍ !

ଏହି ପ୍ରସ୍ତାବିତ ଯୋଜନାକୁ ୟୁନିଭର୍ସାଲ୍ ପେନସନ ସ୍କିମ୍ ଭାବରେ ନାମିତ କରାଯାଇପାରେ, ଯାହା ବିଦ୍ୟମାନ କର୍ମଚାରୀଙ୍କ ପେନସନ ସ୍କିମ୍ (ଇପିଏସ), ୧୯୯୫ ର ବିଭିନ୍ନ ଆହ୍ୱାନର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ମାସକୁ ୧୫,୦୦୦ ରୁ ଅଧିକ ରୋଜଗାର କରୁଥିବା କର୍ମଚାରୀଙ୍କ ପାଇଁ ଏଥିରେ କୌଣସି ସୁବିଧା ନାହିଁ, କିନ୍ତୁ ଏକ ସରଳ ପେନସନ ରାଶି ରହିବ। ନୂତନ ଯୋଜନାରେ ଅବସର ପେନସନ, ବିଧବା ପେନସନ, ଶିଶୁ ପେନସନ ଏବଂ ଭିନ୍ନକ୍ଷମ ପେନସନ ପାଇଁ ବ୍ୟବସ୍ଥା ରହିବ। ତେବେ, ଏହି ପେନସନ ସୁବିଧା ପାଇଁ ସର୍ବନିମ୍ନ ଯୋଗ୍ୟତା ଅବଧି ୧୦ ରୁ ୧୫ ବର୍ଷକୁ ବୃଦ୍ଧି କରାଯିବ। ଯଦି ଜଣେ ସଦସ୍ୟ ୬୦ ବର୍ଷ ବୟସ ପୂର୍ବରୁ ମରିଯାଏ, ତେବେ ୟୁନିଭର୍ସାଲ୍ ପେନସନ ସ୍କିମ୍ ଅନୁଯାୟୀ ପରିବାରକୁ ପେନସନ ଦିଆଯିବ।

ପ୍ରତି ମାସରେ ସର୍ବନିମ୍ନ ପେନସନ ପାଇଁ ମୋଟ ୫.୪ ଲକ୍ଷ ଟଙ୍କା ଜମା ହେବା ଆବଶ୍ୟକ। ଇପିଏଫ୍ଓର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଦ୍ୱାରା ଗଠିତ ଏକ କମିଟି କହିଛି ଯେ ଇପିଏଫ୍ ସଦସ୍ୟମାନେ ସ୍ବେଚ୍ଛାକୃତ ଭାବରେ ଅଧିକ ଅବଦାନ ଚୟନ କରିପାରିବେ ଏବଂ ଅଧିକ ପେନ୍ସନ୍ ପାଇଁ ଅଧିକ ପରିମାଣର ଜମା କରିପାରିବେ। ବର୍ତ୍ତମାନ, ୨୦ ରୁ ଅଧିକ ଶ୍ରମିକ ଥିବା ପ୍ରତିଷ୍ଠାନଗୁଡିକରେ ମାସକୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଶ୍ରମିକମାନଙ୍କ ପାଇଁ ଇପିଏଫ ଅବଦାନ ବାଧ୍ୟତାମୂଳକ ଅଟେ। ପ୍ରତ୍ୟେକ କର୍ମଚାରୀ ଇପିଏଫ ଯୋଜନାରେ ତାଙ୍କର ମୌଳିକ ବେତନର ୧୨% ଦିଅନ୍ତି।

ଯେଉଁମାନେ ଇପିଏଫ ରେ ଯୋଗଦାନ କରନ୍ତି ସେମାନଙ୍କ ପାଇଁ ଇପିଏସ ବାଧ୍ୟତାମୂଳକ। ଏହି ସ୍କିମରେ କର୍ମଚାରୀଙ୍କ ଦରମାର ୮.୩୩% ପେନ୍‌ସନ୍ ସ୍କିମ୍‌ରେ ଜମା ହଜ଼ୀଥାଏ, ଯାହା ମାସକୁ ୧୫,୦୦୦ ଟଙ୍କା ଆଧାର କରି ମାସିକ ୧୨୫୦ ଟଙ୍କା ରହିଛି।

Related Articles

Back to top button