୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ୧୭  ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିଅମରେ ଏ ନେଇ ଏକ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି।

କଳିଙ୍ଗ ଷ୍ଟାଡିୟମ ରେ ତିନୋଟି ମ୍ୟାଚ ଖେଳାଯିବା ପାଇଁ ଆୟୋଜନ କରାଯାଉଛି। ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ। ୧୧ ତାରିଖରେ ଭାରତ ବନାମ ୟୁଏସଏ ମ୍ୟାଚ ହେବ । ୧୪ ତାରିଖରେ ଭାରତ ବନାମ ମୋରୋକୋ ଏବଂ ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଖେଳାଯିବ । ବିଶ୍ୱକପର ଏହା ହେଉଛି ସପ୍ତମ ସସ୍କରଣ।

ଚଳିତ ବିଶ୍ୱକପକୁ ହୋଷ୍ଟ କରୁଛି ଭାରତ। ୧୬ଟି ଦେଶ ଏହି ବିଶ୍ୱକପରେ ଅଂଶ ଗ୍ରହଣ କରିବେ। ଭାରତ, ଜାପାନ,ସ୍ପେନ, ଜର୍ମାନୀ, ମେକ୍ସିକୋ,କାନାଡ଼ା, ବ୍ରାଜିଲ, ନିୟୁଜିଲାଣ୍ଡ, ୟୁଏସଏ,ନାଇଜେରିଆ,ଫ୍ରାନ୍ସ,ଚାଇନା, କଲୋମ୍ବିଆ,ଚିଲି, ମୋରୋକୋ, ତାଞ୍ଜାନିଆ ଭଳି ଦେଶର ଖେଳାଳିଙ୍କ ମଧ୍ୟରେ ଏହି ମ୍ୟାଚ ହେ ।

ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Back to top button