ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ରାଜଧାନୀରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ଵର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ସମ୍ଵର୍ଦ୍ଧନା । ବିଜେଡି ପକ୍ଷରୁ ବ୍ୟାପକ ଜୋରଦାର ସ୍ୱାଗତ କରାଯାଇଛି। ଏଥିପାଇଁ ସବୁ ନିର୍ବାଚନମଣ୍ଡଳୀରୁ ୫୦ ହଜାର କର୍ମୀ ଆସିଛନ୍ତି ।

ନୃତ୍ୟ, ଗୀତ, ପାରମ୍ପରିକ ବାଦ୍ୟରେ କମ୍ପୁଛି ସାରା ପରିବେଶ। ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଲୋକାରଣ୍ୟ ହୋଇପଡ଼ିଛି। ବିମାନ ବନ୍ଦରରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ପ୍ରିୟର ନେତାଙ୍କୁ ସ୍ଵାଗତ କରିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି।

ଜନସେବାରେ ନବୀନ ୨୫ ବର୍ଷ ପୂରଣ କରିଛନ୍ତି । ଓଡ଼ିଶାର ବୈପ୍ଳବିକ ବିକାଶ ସହ ରାଜ୍ୟବାସୀଙ୍କ ହିତ ଲାଗି ନିଷ୍ଠାପର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଲାଇଫଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି ।

 

ଏହି ଅବସରରେ ନବୀନଙ୍କୁ ଭବ୍ୟ ସ୍ୱାଗତ ଜଣାଇବାକୁ ବିଜେଡି ପକ୍ଷରୁ ବିରାଟ ପ୍ରସ୍ତୁତି ହୋଇଛି । ପ୍ରତି ନିର୍ବାଚନମଣ୍ଡଳୀରୁ ଶତାଧିକ କର୍ମୀ, ନେତା, ଶୁଭେଚ୍ଛୁ ଆସି ନବୀନଙ୍କ ସ୍ୱାଗତ କରିଛନ୍ତି।

ଏହାବାଦ୍‌ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଜଗତସିଂହପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ଭଦ୍ରକ ଆଦି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କର୍ମୀ ଆସିଛନ୍ତି ।

 

Related Articles

Back to top button