ଇଣ୍ଡିଆ ଟୁଡେ ମାଗାଜିନ କଭର ଷ୍ଟୋରିରେ ଦୂତି ଓ ତାଙ୍କ ପ୍ରେମିକାଙ୍କ ଫଟୋ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । ହେଲେ ଏଥର ଖେଳକୁ ନେଇ ନୁହେଁ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛି ଦୂତି।  ଇଣ୍ଡିଆ ଟୁଡେ ମାଗାଜିନ ତାର କଭର ଷ୍ଟୋରିରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଏଥିରେ ଦୂତି ତାଙ୍କ ପ୍ରମିକା ମୋନାଲିସଙ୍କୁ ସିନ୍ଦୂର ପିନ୍ଧାଉଥିବା ଦେଖିବାକୁ ମିଳିଛି ।

ଇଣ୍ଡିଆ ଟୁଡେର ଏହି ସଂସ୍କରଣ ମେ’ ୨୨ ତାରିଖରେ ପ୍ରକାଶ ପାଇବ । ଏହାର କଭର ଷ୍ଟୋରିରେ ରହିଛି  ଦୂତିଙ୍କ ଫଟୋ । ଭିତରେ ମଧ୍ୟ ଦୂତିଙ୍କ ଫଟୋ ସହ ସମଲିଙ୍ଗୀ ବିବାହ ସମ୍ପର୍କରେ ତାଙ୍କ ମତାମତ ରହିଛି ।  ଏହାର ଫଟୋ ଦୂତିଚାନ୍ଦ ନିଜେ ତାଙ୍କ ଫେସବୁକରେ ସେୟାର କରିଛନ୍ତି ।

ଇଣ୍ଡିଆ ଟୁଡେ ଏଥର ତାର କଭର ଷ୍ଟୋରି ସେମ ସେକ୍ସ ବା ସମଲିଙ୍ଗୀ ବିବାହ ଉପରେ ନେଇ କରିଛି । ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଧାବିକା ଦୂତି ଚାନ୍ଦ ଓ ତାଙ୍କ ପ୍ରେମିକା ମୋନାଲିସା । ଏହାର ଫଟୋକୁ ଦୂତି ନିଜ ଫେସ ବୁକରେ ସେୟାର କରି ଲେଖିଛନ୍ତି ‘ଇଣ୍ଡିଆ ଟୁଡେ ମାଗାଜିନର ଏଇ ମାସ କଭର ପେଜରେ ମୁଁ ଓ ମୋର ପାର୍ଟନର ମୋନାଲିସା ଦାସ ।’

ସମଲିଙ୍ଗି ବିବାହକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ସମଲିଙ୍ଗି ବିବାହକୁ ଆମ ସମାଜରେ ସ୍ୱୀକୃତି ମିଳି ନ ଥିବାବେଳେ ନିଜେ ସମଲିଙ୍ଗମାନେ ନିଜ ଅଧିକାର ପାଇଁ ସଚେତନ ହେଲେଣି । ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ଗଲାଣି ।  ଏହାର ବିଚାର ସୁପ୍ରିମକୋର୍ଟରେ ଚାଲିଛି ।

ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ଟୁଡେ ମାଗାଜିନରେ ପ୍ରକାଶିତ ଏହି ଲେଖାରେ ଦୂତି କହିଛନ୍ତି, ଦେଶରେ ପ୍ରତି କାମ ପାଇଁ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଆବଶ୍ୟକ । ଯେମିତି ଜନ୍ମ ପାଇଁ, ମୃତ୍ୟୁ ପାଇଁ ସ୍ୱୀକୃତି ଆବଶ୍ୟକ ଠିକ ସେମିତି ସମଲିଙ୍ଗୀ ବିବାହ ପାଇଁ ବି ସ୍ୱୀକୃତି ଦରକାର ।

ମାଗାଜିନର କଭର ପେଜରେ ଦୂତି ମୋନାଲିସାଙ୍କୁ ସିନ୍ଦୂର ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ଭିତରେ ଏକାଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବି ରହିଛି ।

Related Articles

Back to top button