ପଶ୍ଚିମବଙ୍ଗରେ ପୁଣି ଇଡିର ରେଡ୍‌: ୭ କୋଟିର ନଗଦ ଟଙ୍କା ବ୍ୟବସାୟୀଙ୍କ ଘରୁ ଜବତ

କୋଲକାତା: ପୁଣି ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍‌। ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଇଡି। ମିଳିଥିବା ସୂଚନା ଅନୁସାରେ କୋଲକାତାର ଗାର୍ଡେନ୍‌ରିଚ୍‌ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଛାପା ମାରିଛି ବିଭାଗ । ଏହି ସମୟରେ ପାଖାପାଖି ୭ କୋଟି ନଗଦ କ୍ୟାସ୍‌ ଜବତ କରିଯାଇଛି । ନୋଟ ଗଣିବା ପାଇଁ ୮ ମେସିନ୍‌ ସହ ବ୍ୟାଙ୍କ ଅଧିକାରୀ ନିୟୋଜିତ ରହିଛନ୍ତି । ଇଡିର ଟିମ୍‌ କୋଲକତାର ୬ଟି ଜାଗାରେ ଚଢ଼ାଉ କରିଥିବା ଜଣାପଡ଼ିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋବାଇଲ୍‌ ଗେମିଂ ଆପ୍ଲିକେସନ୍‌ ସହ ସମ୍ବନ୍ଧୀୟ ଏକ ଅର୍ଥ ହେରଫେର ମାମଲାରେ ଶନିବାର କୋଲକାତାର ୬ଟି ସ୍ଥାନରେ ଗୋଟିଏ ସମୟରେ ଚଢ଼ାଉ କରିଛି। ଅମୀର ଖାନ୍‌ ନାମକ ଜଣେ ବ୍ୟକ୍ତି କିଛି ସମୟ ପୂର୍ବରୁ ଇ-ନଗେଟ୍‌ସ ନାମକ ଏକ ମୋବାଇଲ୍‌ ଗେମିଂ ଆପ୍‌ର ଲଞ୍ଚ କରିଥିଲେ। ଯାହାକି ଲୋକଙ୍କୁ ଧୋକା ଦେବା ଉଦ୍ଦେଶ୍ୟରେ ଡିଜାଇନ୍‌ କରାଯାଇଥିଲା। ଏହାକୁ ମାଧ୍ୟମ କରି ସେ ପ୍ରଥମେ ବ୍ୟବହାରକାରୀଙ୍କ ବିଶ୍ୱାସ ଜିତିଥିଲା। ଏହାପରେ ଲୋକେ ବହୁତ ମାତ୍ରାରେ ଏହି ଆପ୍‌ରେ ଟଙ୍କା ନିବେଶ କରିବା ଆରମ୍ଭ କରିଦେଇଥିଲେ।

ଲୋକଙ୍କ ଠାରୁ ଭଲ ରକମର ଟଙ୍କା ଅସୁଲ୍‌ କରିବା ପରେ ଅଚାନକ କିଛି ବାହାନା କରି ଏହି ଆପ୍‌କୁ ପ୍ରତ୍ୟାହାର କରିନେଇଥିଲା । ପରେ ଆପ୍ଲିକେସନ୍‌ର ପ୍ରୋଫାଇଲ୍‌ ସହିତ ସମସ୍ତ ଡାଟା ସର୍ଭରୁ ଗାଏବ୍‌ କରିଦେଇଥିଲା। ଏହାପରେ ବ୍ୟବହାରକାରୀ ସବୁ ବୁଝିପାରିଥିଲେ । ଅଭିଯୁକ୍ତ ଅମୀର ବିରୋଧରେ କୋଲକାତା ପୋଲିସ୍‌ ଆଇପିଏସିର ଧାରା ୪୨୦, ୪୦୬, ୪୦୯, ୪୬୮, ୪୬୯, ୪୭୧, ୩୪ରେ ମାମଲା ରୁଜୁ କରିଛି ।

Related Articles

Back to top button