ଦିନିକିଆ କ୍ରିକେଟରୁ ଅବସର ନେଲେ ଆରୋନ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଂଚ ଆଜି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ । ତେବେ ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ସେ ଘରୋଇ ପରିବେଶରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଦଳର ନେତୃତ୍ୱ ନେବେ । ଦିନିକିଆ କ୍ରିକେଟରେ ୧୪୫ ମ୍ୟାଚ ଖେଳି ୫୪୦୦ ରନ ସଂଗ୍ରହ କରିଛନ୍ତି। ଏଥିରେ ୧୭ ଶତକ ସାମିଲ। ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସେ କ୍ରମାଗତ ୭ଟି ମ୍ୟାଚରେ ମାତ୍ର ୨୬ରନ ସଂଗ୍ରହ କରିଥିଲେ।

ଖରାପ ଫର୍ମ ଯୋଗୁ ଚାପଗ୍ରସ୍ତ ହୋଇ ସେ ଅବସର ନେଇଥିବା ଅନୁମାନ କରାଯାଉଛି । ୨୦୧୮ ବଲ ଟ୍ୟାମ୍ପରିଂ ଅଭିଯୋଗରେ ଷ୍ଟିଭ ସ୍ମିଥଙ୍କୁ ଦଣ୍ଡିତ କରାଯିବାରୁ ଫିଂଚଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଥିଲା । ଅବସର ଘୋଷଣା ପରେ ଫିଂଚ କ୍ରିକେଟ ଅଷ୍ଟ୍ରେଲିଆ, ସାଥୀ ଖେଳାଳି ଓ ସପୋର୍ଟିଂ ଷ୍ଟାଫଙ୍କୁ ସହଯୋଗ ନେଇ ଧନ୍ୟବାଦ ଜଣାଇଛନ୍ତି।

Related Articles

Back to top button