ବ୍ରିଟେନର ନୂଆ ରାଜା ହେଲେ ଚାର୍ଲସ ତୃତୀୟ

ବ୍ରିଟେନରେ ନୂଆ ରାଜା ହୋଇଛନ୍ତି ଚାର୍ଲସ ତୃତୀୟ। ଆଜି ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି ଚାର୍ଲସ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ପରେ ଏହି ମହାରାଜା ବନିଛନ୍ତି ଚାର୍ଲସ।  ୭୦ ବର୍ଷ ପରେ ରାଜା ହୋଇଛନ୍ତି ଚାର୍ଲସ। ୧୦ ଦିନ ଧରି ମହାରାଣୀଙ୍କ ବିୟୋଗରେ  ବ୍ରିଟେନରେ ଶୋକ ଦିବସ ପାଳନ କରାଯାଉଥିବା ବେଳେ ରାଜା ବନିଛନ୍ତି ଚାର୍ଲସ।

ରାଜା ଭାବେ ଚାର୍ଲସ ତୃତୀୟ ଦାୟିତ୍ୱ ନେବାବେଳେ ରାଜପ୍ରାସାଦ ଭାବରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ । ରାଜା ଚାର୍ଲସ ଏହି ଅବସରରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ମହାରାଣୀ ତଥା ନିଜ ମାଙ୍କୁ ମନେପକାଇ ତାଙ୍କର ସ୍ମୃତିଚାରଣ କରିଥିଲେ । କହିଥିଲେ ମା’ ତଥା ମହାରାଣୀଙ୍କ ନିକଟରେ ସେ ଏବଂ ତାଙ୍କ ପରିବାର ସବୁଠୁ ଅଧିକ ଋଣି।  ତାଙ୍କ ମୃତ୍ୟୁ ଯୋଗୁ ପୂରା ରାଜ ପରିବାର ମର୍ମାହାତ ଅଛନ୍ତି ବୋଲି କହିଥିଲେ ରାଜା ଚାର୍ଲସ। ରାଜା ଭାବେ ଦସ୍ତଖତ କରିବା ବେଳେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଯଥା ପ୍ରିନ୍ସ ୱିଲିୟମଙ୍କ ସହ  ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ଓ ରାଜ ପ୍ରସାଦର ବିଶୋପ ଜଷ୍ଟିନ ୱେଲବୟ ଉପସ୍ଥିତ ରହିଥିଲେ।

Related Articles

Back to top button