ରାଜ୍ୟରେ ପାରଦ ଉପରମୁହାଁ : ୪୫ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତି ୪୫ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି।

ଆଜି ବାରିପଦା ଏବଂ ବୌଦ୍ଧରେ ଚଳିତ ସିଜିନର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଉଭୟ ସହରରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିଛି। ସେହିପରି ନୂଆପଡାରେ ୪୪, ତାଳଚେର ଓ ବଲାଙ୍ଗୀରରେ ୪୩.୬, ନୟାଗଡ, ଅନୁଗୁଳ ଓ କେନ୍ଦୁଝରଗଡ଼ରେ ୪୩.୫ ଏବଂ ଝାରସୁଗୁଡ଼ାରେ ୪୩.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

ସେପଟେ କାଳବୈଶାଖୀ ଓ ବଜ୍ରପାତ ନେଇ ୯ ଜିଲ୍ଲାକୁ ୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଗଜପତି, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି।

Related Articles

Back to top button