କମିଲା ଗୌତମ ଆଦାନୀଙ୍କ ସମ୍ପତ୍ତି: କିଛି ଘଣ୍ଟା ମଧ୍ୟରେ ହରାଇଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ମାନ୍ୟତା

ନୂଆଦିଲ୍ଲୀ: ଏସିଆର ସବୁଠୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ପାଇଁ ଶୁକ୍ରବାର ବଡ଼ ଖୁସି ଖବର ଆଣିଥିଲା । କିନ୍ତୁ କିଛି ସମୟ ପରେ ହିଁ ଏହା ମଉଳି ଯାଇଥିଲା । ଫୋର୍ବସର ରିୟଲ ଟାଇମ ବିଲେନିୟର ସୂଚକାଙ୍କରେ ଗୌତମ ଆଦାନୀ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିଲେ । ଏହା ଆଦାନୀ ଗ୍ରୁପ ମୁଖିଆଙ୍କ ପାଇଁ ଏକ ଐତିହାସିକ ମୂହୂର୍ତ୍ତ ଥିଲା । ତେବେ କିଛି ଘଣ୍ଟା ଭିତରେ ହିଁ ଆଦାନୀଙ୍କ ରାଙ୍କିଙ୍ଗ ତଳକୁ ଖସି ଆସିଥିଲା।

ଫୋର୍ବସ ରିଲୟ ଟାଇମ ବିଲେନିୟର ସୂଚକାଙ୍କ ଅନୁସାରେ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସ୍ଥାନକୁ ଖସି ଆସିଛନ୍ତି । ତେବେ ବ୍ଲୁମବର୍ଗ ବିଲେନିୟର ସୂଚକାଙ୍କରେ ଗୌତମ ଆଦାମୀଙ୍କ ରାଙ୍କିଂ ତୃତୀୟ ସ୍ଥାନରେ ସ୍ଥିର ରହିଛି । ଉଲ୍ଲେଖଯୋଗ୍ୟ ଯେ, ଫୋର୍ବସ୍ ଏବଂ ବ୍ଲୁମବର୍ଗ ଉଭୟଙ୍କ ସମ୍ପତ୍ତି ଆକଳନର ମାନଦଣ୍ଡ ଅଲଗା-ଅଲଗା ରହିଥାଏ।

ଫୋର୍ବସ ରିଲୟ ଟାଇମ ବିଲେନିୟର ସୂଚକାଙ୍କ ଅନୁସାରେ ଅପରାହ୍ଣରେ ଆଦାନୀଙ୍କ ସମ୍ପତ୍ତିରେ ମୋଟ ୫.୫ ବିଲିୟନ ଡଲାରର ବୃଦ୍ଧି ହୋଇଥିଲା । ଏହି କାରଣରୁ ଆଦାନୀଙ୍କ ମୋଟ ସମ୍ପତ୍ତି ୧୫୫.୭ ବିଲିୟନ ଡଲାର ହୋଇଥିଲା ଏବଂ ସୂଚୀର ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ। ଏହାପରେ ସଂଧ୍ୟାରେ ଆଦାନୀଙ୍କ ସମ୍ପତ୍ତି ୨.୨ ବିଲିୟନ ଡଲାର ହ୍ରାସ ହୋଇଥିଲା । ସୂଚକାଙ୍କ ଅନୁସାରେ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ଏବେ ୧୫୨.୨ ବିଲିୟନ ଡଲାର । ଦ୍ୱିତୀୟ ସ୍ଥାନରେ ୱାର୍ଣ୍ଣାର୍ଡ ଆର୍ନାଲ୍ଟ ରହିଛନ୍ତି । ୱାର୍ଣ୍ଣାର୍ଡ ଆର୍ନାଲ୍ଟଙ୍କ ମୋଟ ସମ୍ପତ୍ତି ୧୫୩.୫ ବିଲିୟନ ଡଲାର ରହିଛି । ସେହିପରି ଟେସଲାର ସିଇଓ ଏଲନ ମସ୍କ ୨୬୯.୧ ବିଲିୟନ ଡଲାର ସମ୍ପତ୍ତି ସହ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହୋଇ

Related Articles

Back to top button