ଡୋମିନଜ୍‌ ପିଜା ଗ୍ରାହକଙ୍କ ଠାରୁ କ୍ୟାରିବ୍ୟାଗ୍‌ ପାଇଁ ଟଙ୍କା ନେବା ଘଟଣା: ଉପଭୋକ୍ତା ଆୟୋଗ ଜୋରିମାନା କଲେ

ଶିମଲା: ଡୋମିନଜ୍‌ ପିଜାକୁ ଭାରି ପଡିଲା କ୍ୟାରି ବ୍ୟାଗ ପାଇଁ ଗ୍ରାହକଙ୍କ ଠାରୁ ଟଙ୍କା ନେବା । ୮ ହଜାର ୧୩ ଟଙ୍କା ୩୩ ପଇସା ଫାଇନ କଲେ ହିମାଚଳ ପ୍ରଦେଶର ଉପଭୋକ୍ତା ଆୟୋଗ । ଶିମଲାର ପ୍ରସିଦ୍ଧ ଡୋମିନଜ୍‌ ପିଜା ଏବଂ ଜୁବିଲାଣ୍ଟ ଫୁଡ୍ ୱାର୍କସ ଲିମିଟେଡ୍ ପିଜା ବିରୋଧରେ ଏହି ଜୋରିମାନା କରିଛନ୍ତି ରାଜ୍ୟ ଉପଭୋକ୍ତା ଆୟୋଗ । ଜୋରିମାନା ଏତେ ଅଧିକ ହୋଇନଥିଲେ ମଧ୍ୟ ଏହା ବ୍ରାଣ୍ଡ ଉପରେ ପ୍ରଭାବ ପକାଇବ । ୩ ବର୍ଷ ପୁରୁଣା ମାମଲାରେ ଜିଲ୍ଲା ଉପଭୋକ୍ତା ଆୟୋଗର ଅଧ୍ୟକ୍ଷ ଏହି ରାୟ ଶୁଣାଇଛନ୍ତି ।

ପିୟୁସ ଭ୍ୟାସ ନାମକ ଜଣେ ଗ୍ରାହକ ୩ ବର୍ଷ ପୂର୍ବେ ୨୫ ଡିସେମ୍ବର ୨୦୧୯ରେ ୨ଟି ପିଜା ଅର୍ଡର କରିଥିଲେ । ତାଙ୍କୁ ପିଜା ଡେଲିଭରି କରାଯିବା ପରେ କ୍ୟାରି ବ୍ୟାଗ ପାଇଁ ଡୋମିନୋସ୍ ଏବଂ ଜୁବିଲାଣ୍ଟ ଫୁଡର ଡେଲିଭରି ବଏ ତାଙ୍କୁ ୧୨୦୭ ଟଙ୍କା ୮୫ ପଇସା ଦେବାକୁ କହିଥିଲେ। ସେ ମଧ୍ୟ ଏହି ଟଙ୍କା ଦେଇଥିଲେ । ଏହା ପରେ ସେ ଉପଭୋକ୍ତା ଫୋରମରେ ତାଙ୍କ ଠାରୁ କ୍ୟାରି ବ୍ୟାଗ ପାଇଁ ଟଙ୍କା ନିଆଯାଇଥିବା ଅଭିଯୋଗ କରିଥିଲେ ।

ଆୟୋଗ ତାଙ୍କ ଅଭିଯୋଗର ୩ ବର୍ଷ ପରେ ରାୟ ଶୁଣାଇଛନ୍ତି । ରାୟରେ ଡୋମିନସ ପିଜା ଏବଂ ଜୁବିଲାଣ୍ଟ ଫୁଡ୍ ୱାର୍କସ ଲିମିଟେଡକୁ ୫୦୦୦ ଟଙ୍କା ଜୋରିମାନା ସହିତ ୩ ହଜାର ଟଙ୍କା ମାମାଲା ରୁଜୁ ପାଇଁ ଖର୍ଚ୍ଚ ଏବଂ ୧୩ ଟଙ୍କା ୩୩ ପଇସା କ୍ୟାରି ବ୍ୟାଗ ପାଇଁ ଅଭିଯୋଗକାରୀଙ୍କୁ ଦେବାକୁ କହିଛନ୍ତି ଆୟୋଗ ।

Related Articles

Back to top button