‘ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ’ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତ ଇତିହାସରେ ସୋମବାର ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ୯ଟା ୨୨ରେ ଦ୍ରୌପଦୀ ନର୍ଥ କୋର୍ଟରେ ପହଞ୍ଚିଥିଲେ। ନର୍ଥ କୋର୍ଟରେ ତାଙ୍କୁ ସ୍ବାଗତ କରିଥିଲେ ରାଷ୍ଟ୍ରପତିଙ୍କ ଏଡିସି। ୯ଟା ୩୭ରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ସାଲ୍ୟୁଟ୍‌ ଦେଇଥିଲେ । ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଓ ଦ୍ରୌପଦୀ ଦରବାର ହଲ୍‌କୁ ଯାଇଥିଲେ ।

୧୦ଟା ୦୩ରେ ରାଜ୍ୟ ସଭା ଅଧ୍ୟକ୍ଷ, ଲୋକ ସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିିଥିଲେ। ୧୦ଟା ୧୪ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭି ରମନା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ୧୦ଟା ୧୪ରେ ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ କୋବିନ୍ଦ ଆସନ ଛାଡ଼ିଥିଲେ। ଶପଥ ନେବା ପରେ ୧୦ଟା ୧୮ରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ଦସ୍ତଖତ କରିଥିଲେ। ୧୦ଟା ୧୮ରେ ଗୃହ ସଚିବ ଘୋଷଣାନାମା ଜାରି କରିଥିଲେ। ସମସ୍ତଙ୍କୁ ଜୁହାର କରି ଦ୍ରୌପଦୀ ତାଙ୍କ ଅଭିଭାଷଣ ରଖିଥିଲେ। ଏହି ଅଭିଭାଷଣରେ ସେ କହିଥିଲେ, ଓଡ଼ିଶାର ଏକ ଆଦିବାସୀ ଗାଁରୁ ଆରମ୍ଭ ହୋଇଛି ମୋ’ ଯାତ୍ରା। ପ୍ରଥମେ କଲେଜ ଯାଇଥିବା ଝିଅ ମୁଁ। କାଉନସିଲରରୁ ରାଷ୍ଟ୍ରପତି ହେବା ସୌଭାଗ୍ୟ ମିଳିଛି। ମୋତେ ଏଯାଏ ଗଣତନ୍ତ୍ରର ଶକ୍ତି ଆଣିଥିବା ପରି ଅନେକ ହୃଦୟର କଥା କହିଛନ୍ତି। ସମସ୍ତେ ଆଜି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି।

ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକ ସଭା ଏବଂ ରାଜ୍ୟ ସଭାର ଅଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଏମ୍‌ପି ଉପସ୍ଥିତ ଅଛନ୍ତି।

Related Articles

Back to top button