ସୋନାଲି ଫୋଗାଟଙ୍କୁ ଡ୍ରଗ୍ସ ଦିଆଯାଇଥିବା ରେସ୍ତୋରାଁ ଉପରେ ଚାଲିବ ବୁଲଡୋଜର

ପାନାଜୀ: ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କୁ ଶେଷ ଥର ପାଇଁ ଯେଉଁ କର୍ଲିଜ ରେସ୍ତୋରାଁରେ ଦେଖିବାକୁ ମିଳିଥିଲା ତା ଉପରେ ଏବେ ବୁଲଡୋଜର ଚାଲିବ। ସମୁଦ୍ରକୂଳରେ ନିର୍ମାଣକୁ ନେଇ ନିର୍ଦ୍ଧାରିତ ନିୟମର ଉଲ୍ଲଂଘନ କରିବା ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୋଆ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା, ଯାହାକୁ ଏନଜିଟି ବଜାୟ ରଖିଛନ୍ତି । ସଂଯୋଗର ବିଷୟର ଏହା ଯେ, ଗ୍ରୀନ ଟ୍ରିବ୍ୟୁନାଲର ଏହି ନିର୍ଦ୍ଦେଶ ଏପରି ସମୟରେ ଆସିଛି, ଯେତେବେଳେ ସୋନାଲି ଫୋଗାଟଙ୍କ ସନ୍ଧିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି। ସୋନାଲିଙ୍କୁ ଶେଷ ଥର ପାଇଁ ଏହି ରେସ୍ତୋରାଁରେ ଦେଖିବାକୁ ମିଳିଥିଲେ।

ରେସ୍ତୋରାଁ ମାଲିକ ପୂର୍ବ ନିର୍ଦ୍ଦେଶକୁ ବିରୋଧ କରି ଗ୍ରୀନ ଟ୍ରିବ୍ୟୁନାଲରେ ଅପିଲ କରିଥିଲେ । ଗୋଆ କୋଷ୍ଟାଲ ମ୍ୟାନେଜମେଣ୍ଟ ଅଥରିଟି ଚଳିତ ବର୍ଷ ଜୁଲାଇରେ ରେସ୍ତୋରାଁରୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ମାମଲାରେ କାଶୀନାଥ ନାମକ ଜଣେ ବ୍ୟକ୍ତି ଗୋଆ କୋଷ୍ଟାଲ ମ୍ୟାନେଜମେଣ୍ଟ ଅଥରିଟି ନିକଟରେ ଅଭିଯୋଗ କରି ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ଶୁଣାଣି କରି ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରେସ୍ତୋରାଁ ମାଲିକ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଏହା ଉପରେ ଶୁଣାଣି କରି ଏହି ମାମଲାରେ ଏନଜିଟି ହିଁ ନିଷ୍ପତ୍ତି ନେବା ଦରକାର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏବେ ଏନଜିଟି ମଧ୍ୟ ଏହାକୁ ଭାଙ୍ଗିବା ନେଇ ଗୋଆ ଅଥରିଟିର ନିର୍ଦ୍ଦେଶ ଉପରେ ମୋହର ମାରିଛନ୍ତି।

Related Articles

Back to top button