ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮,୦୦୦ରୁ ବଢି ହେବ ୨୬,୦୦୦

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟର ବଢାଇବାକୁ ମଞ୍ଜୁରୀ ଦେଇପାରନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ ୟୁନିୟନ ଦୀର୍ଘ ସମୟରୁ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୭ ପ୍ରତିଶତରୁ ବୃଦ୍ଧି କରି ୩.୬୮ ପ୍ରତିଶତ କରିବାକୁ ଦାବି କରିଆସିଛି । ଏହା ପରେ ସର୍ବନିମ୍ନ ବେସିକ ବେତନ ୧୮,୦୦୦ ଟଙ୍କାରୁ ବଢି ୨୬,୦୦୦ ହେବ। ସରକାର ଏହା ପୂର୍ବରୁ ୨୦୧୭ରେ ଏଣ୍ଟ୍ରି ଲେବଲ ବେସିକ୍ ପେ’ ୭,୦୦୦ ପ୍ରତି ମାସରୁ ବଢି ୧୮,୦୦୦ ଟଙ୍କା ହୋଇଥିଲା।

ଯଦି ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ଘୋଷଣା କରନ୍ତି, ତେବେ ତାଙ୍କ ବେତନରେ ବୃଦ୍ଧି ହେବ। ବର୍ତ୍ତମାନ ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୨.୫୭ ପ୍ରତିଶତ ଆଧାରରେ ବେତନ ମିଳୁଛି । ଯଦି ଏହା ବଢି ୩.୬୮ ପ୍ରତିଶତ ହୁଏ ତେବେ କର୍ମଚାରୀଙ୍କ ବେତନରେ ୮ ହଜାର ଟଙ୍କା ବୃଦ୍ଧି ହେବ । ଏହାର ଅର୍ଥ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୬,୦୦୦ ଟଙ୍କା ହେବ।

ଯଦି ବର୍ତ୍ତମାନ ସମୟରେ ଆପଣଙ୍କ ବେତନ ୧୮,୦୦୦ ଟଙ୍କା ଅଛି, ତେବେ ସବୁ ଭତ୍ତାକୁ ଛାଡି, ଫିଟମେଣ୍ଟ ଫ୍ୟାକ୍ଟର ଅନୁସାରେ ଆପଣଙ୍କୁ ୪୬,୨୬୦ ମିଳିବ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ୩.୬୮ ପ୍ରତିଶତ ହୁଏ ତେବେ ଆପଣଙ୍କୁ ୯୫,୬୮୦ ଟଙ୍କା ମିଳିବ । କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୧୭ରେ ସପ୍ତମ ବେତନ ଆୟୋଗର ସୁପାରିସକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏଣ୍ଟ୍ରି ସମୟରେ ବେସିକ୍ ପେ ୭,୦୦୦ ପ୍ରତି ମାସରୁ ବଢି ୧୮,୦୦୦ ଟଙ୍କା କରାଯାଇଥିଲା। ସେହିପରି ସର୍ବୋଚ୍ଚ ସ୍ତର ଅର୍ଥାତ ସଚିବ ସ୍ତରରେ ୯୦,୦୦୦ରୁ ବଢି ୨.୫ ଲକ୍ଷ ଟଙ୍କାର ହୋଇଥିଲା।

Related Articles

Back to top button