ପାଇଲଟ୍ ବିହୀନ ବିମାନ ନିର୍ମାଣ କରୁଛି ଡିଆରଡିଓ

ନୂଆଦିଲ୍ଲୀ : ଆଧୁନିକ ଯୁଗରେ ଯୁଦ୍ଧ ଲଢିବାର ପଦ୍ଧତି ବଦଳିଗଲାଣି । ସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଯାଇ ଲଢିବା ଅପେକ୍ଷା ସ୍ବୟଂଚାଳିତ ବିମାନ ବା ପାଇଲଟ ବିହୀନ ବିମାନ ବା ଡ୍ରୋନ ପଠାଇ ଶତ୍ରୁ ଉପରେ ବୋମାମାଡ କରୁଛନ୍ତି । ଏଣୁ ଯେଉଁ ଦେଶ ଏହି ଅଟନୋମସ ବିମାନ ଟେକନଲୋଜୀରେ ଯେତେ ଆଗୁଆ ସେ ଦେଶ ସେତେ ଶକ୍ତିଶାଳୀ । ଗୋଟିଏ ଛୋଟ ଡ୍ରୋନର ଶକ୍ତି କେତେ ତାହା ଏବେ ଜାରି ରହିଥିବା ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇଥିବା ତୁର୍କୀର ବେରାକ୍ତାର ଡ୍ରୋନ ପ୍ରମାଣ କରିଦେଖାଇଛି ।  ଭାରତ ମଧ୍ୟ ଏହି ଟେକନଲୋଜୀ ହାସଲ ପାଇଁ ଦ୍ରୁତ ଗତିଲେ ଅଗ୍ରସର ହେଉଛି ।

ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ବା ଡିଆରଡିଓ ପକ୍ଷରୁ ଅଟୋନୋମସ ଫ୍ଲାଇଙ୍ଗ୍ ଓ୍ବିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜୀର ପ୍ରଥମ ସଫଳ ପରୀକ୍ଷଣ କରାଯାଇଛି । କର୍ଣ୍ଣାଟକର ଚିତ୍ରଦୂର୍ଗାଠାରେ ଥିବା ଏରୋନୋଟିକାଲ ରେଞ୍ଜରୁ ଏହାର ପରୀକ୍ଷଣ କରାଯାଇଛି । ଭବିଷ୍ୟତରେ ମାନବ ବିହୀନ ବିମାନ ନିର୍ମାଣ କ୍ଷେତ୍ରରେ ଏହା ଏକ ବଡ଼ ମାଇଲ ଖଣ୍ଟ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନୋମସ ଫ୍ଲାଇଙ୍ଗ୍ ଓ୍ବିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜୀର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ ମିଲିଟାରୀ ଟେକନଲୋଜୀ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର  କରିବାରେ ଏହାସହାୟକ ହେବ ବୋଲି ସେ କହିଛନ୍ତି ।

Related Articles

Back to top button