ନିଜ ୬ ମାସ ଶିଶୁର ତଣ୍ଟିକାଟି ହତ୍ୟା କରିବା ପରେ ଫେରାର ହେଲା ମା’

ନିଜ ୬ ମାସ ଶିଶୁର ତଣ୍ଟିକାଟି ହତ୍ୟା କରିବା ପରେ ଫେରାର ହେଲା ମା’ । ପୁଇଁତଳା ଥାନା ଖାଲିଆପାଲି ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଭୀମଭୋଇ ମେଡ଼ିକାଲ କଲେଜରେ ଶିଶୁୁଟିକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନୃଂଶସ ମା’ ଫେରାର ଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ମାଆର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଛନ୍ତି I

ସୂଚନା ଅନୁସାରେ, ଜେଜେ ମା’ ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ। ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

Related Articles

Back to top button