ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରୁଛି ଇସ୍ରୋ

ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରୁଛି ଇସ୍ରୋ । ଚନ୍ଦ୍ରଯାନ-୩ ମିଶନ୍‌ର ସଫଳତା ପରେ ମହତ୍ବାକାଂକ୍ଷୀ ମହାକାଶ ଅନ୍ଵେଷଣ ପ୍ରକଳ୍ପ ଉପରେ ଏବେ ନଜର ରଖିଛି ଇସ୍ରୋ। ଏହାର ଅଧ୍ୟକ୍ଷ ଏସ୍.ସୋମନାଥ ସିଜିଟିଏନ୍ ସହିତ ଏକ ସାକ୍ଷାତକାରରେ ଖୁଲାସା କରିଛବି, ଭବିଷ୍ୟତ ମିଶନ୍‌ଗୁଡ଼ିକ ପାଇଁ ଇସ୍ରୋ ଅନେକ ସମ୍ଭାବନାର ଅନ୍ଵେଷଣ କରୁଛି । ତନ୍ମଧ୍ୟରେ ଫୋକସ୍‌ରେ ଅଛି ମହାକାଶ କେନ୍ଦ୍ର ନିର୍ମାଣ । ଦୀର୍ଘ ଅବଧିର ମାନବ ମିଶନ୍ ମଧ୍ୟ ସଂଗଠନର ଅନ୍ୟତମ ଲକ୍ଷ୍ୟ ।

ସୋମନାଥ କହିଛନ୍ତି କି ସମସ୍ତ ପ୍ରକାର ମହାକାଶ ବିଜ୍ଞାନ ଅନ୍ୱେଷଣ ଉପରେ ଏବେ ଇସ୍ରୋର ନଜର । ଭାରତୀୟ ମହାକାଶ ଅର୍ଥନୀତି ନିମନ୍ତେ ମହାକାଶ କେନ୍ଦ୍ର କିଭଳି ଭାବେ ଲାଭପ୍ରଦ ହୋଇପାରିବ ତାହା ଅନ୍ୱେଷଣ କରାଯାଉଛି । ନିକଟ ଭବିଷ୍ୟତରେ ଭାରତ ନିଶ୍ଚିନ୍ତ ମହାକାଶ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ରୋବୋଟିକ୍ ଅପରେସନ ଜରିଆରେ ଏହାର ଶୁଭାରମ୍ଭ ପାଇଁ ଯୋଜନା କରାଯାଉଛି । ଗଗନଯାନ ମିଶନର ସଫଳ ହେଲେ ଆଗାମୀ ୨୦ ରୁ ୨୫ ବର୍ଷ ପରବର୍ତ୍ତୀ ମଡ୍ୟୁଲରେ ମହାକାଶ କେନ୍ଦ୍ର ସଫଳ ହେବ ବୋଲି ଆଶା କରାଯାଉଛି । ମାନବ ମିଶନ ଓ ଦୀର୍ଘ-ଅବଧି ମାନବ ମହାକାଶ ଉଡ଼ାଣ ଉପରେ ଇସ୍ରୋଗ ଯୋଜନା ବିଷୟରେ ସୋମନାଥ ସ୍ପଷ୍ଟ କରିଛନ୍ତି । ଯଦି ଏହା ସଫଳ ହୁଏ, ତେବେ ମାନବ ମହାକାଶ ଯାତ୍ରା କ୍ଷେତ୍ରରେ ପୂର୍ବରୁ ନିଜର ଉପସ୍ଥିତି ଦର୍ଶାଇଥିବା ଆମେରିକା, ରୁଷ ୪ ଚୀନ୍ ଭଳି ଦେଶ ସହ ଭାରତ ସାମିଲ ହେବ ।

ଚନ୍ଦ୍ରଯାନ-୩ ମିଶନ୍ ଜରିଆରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ସଫଳତାପୂର୍ବକ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବା ପରେ ଭାରତର ମହାକାଶ ଅନ୍ଵେଷଣ ଆକାଂକ୍ଷାକୁ ବଳ ମିଳିଛି । ଗତ ଜୁଲାଇ ୧୪ ତାରିଖରେ ବନ୍ଦ୍ରଯାନ-୩ ମିଶନ୍ ଭତକ୍ଷେପଣ ହୋଇଥିଲା । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମାବତରଣ କରିଥିଲା । ପରେ ପରେ ଇସ୍ରୋର ପ୍ରଥମ ସୂର୍ଯ୍ୟ ମିଶନ୍ ଆଦିତ୍ୟ – ଏଲ୍‌-୧ ମଧ୍ୟ ସଫଳତାପୂର୍ବକ ମହାକାଶ ଯାତ୍ରା କରିଛି । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଏଲ-୧ ବିନ୍ଦୁରେ ରହି ଏହା ସୂର୍ଯ୍ୟର ବିଭିନ୍ନ ଗୂଢ଼ ରହସ୍ୟର ତଥ୍ୟ ପୃଥିବୀକୁ ପଠାଇବା । ଇସ୍ରୋର ଏହି ସଫଳତା ପରେ ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଆଗଭର ହୋଇପାରିଛି ।

Related Articles

Back to top button