କେଜ୍ରିୱାଲଙ୍କୁ ସଠିକ ମାତ୍ରାରେ ଇନସୁଲିନ ଦିଆଯାଉନଥିବା ଅଭିଯୋଗ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ୨ୟ ଦିନରେ ଶୁଣାଣି କଲେ କୋର୍ଟ । ଗୁରୁବାର କେଜ୍ରିୱାଲଙ୍କ ଖାଦ୍ୟପେୟକୁ ନେଇ ଯେଉଁ ଦାବି କରିଥିଲା ଇଡି ତା ଉପରେ ଶୁକ୍ରବାର ଜବାବ ଦାଖଲ କରିଛନ୍ତି କେଜ୍ରିୱାଲଙ୍କ ଓକିଲ । କେଜ୍ରିୱାଲଙ୍କୁ ମୋଟ ୪୮ ଥର ଖାଦ୍ୟ ଦିଆଯାଇଛି । ୩ ଥର ଆମ୍ବ ଓ ୨ ଥର ସୁଗରଫ୍ରୀ ମିଠା ଖାଇଥିଲେ ମୁଖ୍ୟମନ୍ତ୍ରୀ । ସଠିକ ମାତ୍ରାରେ ଇନସୁଲିନ ନଦିଆଯିବାରୁ କେଜ୍ରିୱାଲଙ୍କ ଡାଏବେଟିସ ବଢ଼ୁଛି ଓ ଏଥିପାଇଁ ତିହାର ଜେଲ କର୍ତୁପକ୍ଷ ଦାୟୀ ବୋଲି ଓକିଲ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ସଠିକ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ବ୍ୟକ୍ତିଗତ ଡାକ୍ତରଙ୍କୁ ଚିକିତ୍ସା ଲୋଡିଛନ୍ତି । ଭର୍ଚୁଆଲ ମାଧ୍ୟମରେ ଡାକ୍ତର ଚିକିତ୍ସା କରନ୍ତୁ ବୋଲି ଏକ ପିଟିସନ ଦାଖଲ କରିଛନ୍ତି । ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଉଭୟ ଇଡି ଓ କେଜ୍ରିୱାଲଙ୍କୁ ନିଜ ନିଜ ପକ୍ଷ ରଖିବାକୁ କହିଥିଲେ । ନିଜ ପକ୍ଷ ରଖି ଗୁରୁବାର କୋର୍ଟରେ ଇଡି ଦାବି କରିଥିଲା ଯେ ଜାମିନ ପାଇବା ପାଇଁ ଜାଣିଶୁଣି ବାରଣ କରାଯାଇଥିବା ଖାଦ୍ୟ ଖାଉଛନ୍ତି କେଜ୍ରିୱାଲ ।

Related Articles

Back to top button