ଯୁଦ୍ଧଗ୍ରସ୍ତ ଯୁକ୍ରେନକୁ ପୁଣି ଫେରୁଛନ୍ତି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଯୁକ୍ରେନରେ ପହଞ୍ଚିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ଆସାମ ଛାତ୍ରଛାତ୍ରୀଙ୍କ ଗୋଟିଏ ବ୍ୟାଚ୍ ୟୁକ୍ରେନରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ପ୍ରଥମ ସପ୍ତାହରୁ ୟୁକ୍ରେନରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଛି । ୟୁକ୍ରେନରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ମେଡିସିନ ବିଭାଗରେ ପାଠ ପଢୁଛନ୍ତି । ହସ୍ପିଟାଲରେ ହେବାକୁ ଥିବା ପ୍ରାକ୍ଟିକାଲ ପଢାରେ ଯୋଗ ଦେବା ପାଇଁ ସେମାନେ ୟୁକ୍ରେନରେ ପହଞ୍ଚିଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ତେର୍ନୋପିଲ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ଚତୁର୍ଥ ସେମିଷ୍ଟାର ଛାତ୍ରୀ ନୀକିତା ସେପ୍ଟେମ୍ୱର ମଧ୍ୟରୁ ନିଜ ସହର ନାଗାଓଁ ଛାଡିଛନ୍ତି । ପଶ୍ଚିମ ୟୁକ୍ରେନରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ସମୟରେ ନିୟମିତ କ୍ଲାସ କରିବାକୁ କଲେଜ ଯାଇପାରିବେ ବୋଲି ବିଶ୍ୱାସ କରୁଛନ୍ତି । ନୀତିକା କହିଛନ୍ତି, ‘ୟୁକ୍ରେନ ଫେରୁଥିବା ଆସାମିଜ୍ ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚରେ ମୁଁ ରହିଛି, ଏହାସହ ଆସମରୁ ବିଶ୍ୱବିଦ୍ୟାଳରେ ପହଞ୍ଚିବାରେ ପ୍ରଥମ ଛାତ୍ରୀ। ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଅନ୍ୟମାନେ ମଧ୍ୟ ଏଠାରେ ପହଞ୍ଚିବେ ବୋଲି ଆଶା କରାଯାଉଛି, କାରଣ ଆମ ଭବିଷ୍ୟତ ବଞ୍ଚାଇବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ’।

ସେହିପରି ସରକାରୀ ଅଧିକାରୀ ମୌସମ ହଜାରିକା ନିଜ ଝିଅ ସମାଦ୍ରିତାଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ପଠାଇଛନ୍ତି।

ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରାୟ ୨୦୦ ଆସାମିଜ୍ ଛାତ୍ରଛାତ୍ରୀ ଦେଶକୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁକ୍ରେନ ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଡାକ୍ତରୀ ପାଠ ପଢୁଛନ୍ତି । ତେବେ ପଶ୍ଚିମ ୟୁକ୍ରେନକୁ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ନିଜର ସୁରକ୍ଷାକୁ ସୁନିଶ୍ଚିତ ଅଛନ୍ତି ।

Related Articles

Back to top button