ସାମାନ୍ୟ ବଚସାରୁ ଚାଲିଗଲା ୩ ଜୀବନ : ହାତୁଡ଼ିରେ ପିଟି ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା

ହାତୁଡ଼ିରେ ପିଟି ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା। ଏପରିକି ନିଜ ତିନି ବର୍ଷର ପୁଅ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଜୀବନ ହରିବାକୁ ଉଦ୍ୟମ କଲେ ଯୁବକ। ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ଏକ ହୋଟେଲ ଭିତରେ ତିନି ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ପାରିବାରିକ କଳହରୁ ଏପରି ଅଘଟଣ ଘଟିଥିବା ପୋଲିସ ସନ୍ଦେହ କରୁଛି।

ସୂଚନା ମୁତାବକ, ସାମାନ୍ୟ ବଚସାରୁ ଚାଲିଗଲା ୩ ଜୀବନ। ସାମାନ୍ୟ କଥାକୁ ନେଇ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହାତୁଡ଼ିରେ ପିଟି ହତ୍ୟାକଲା ଯୁବକ। ମହାରାଷ୍ଟ୍ର ନାଗପୁର ସହରର ୩୦ ବର୍ଷୀୟ ସଚିନ ବିନୋଦ କୁମାର ରାଉତ। ୨୯ ବର୍ଷୀୟ ନାଜନୀନଙ୍କ ସହ ସେ ଲିଭ-ଇନ୍‌ରେ ରହୁଥିଲେ। ଉଭୟଙ୍କ ତିନି ବର୍ଷର ଏକ କୁନି ପୁଅ ମଧ୍ୟ ଥିଲା। ହେଲେ ଗତକାଲି ଏକ ହୋଟେଲ ରୁମ୍‌ ଭିତରୁ ତିନି ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ ହୋଟେଲ କର୍ମଚାରୀ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଏପରିକି ଘଟଣା ବାବଦରେ ଅଧିକ ତଦନ୍ତ କରୁଛି ପୋଲିସ।

Related Articles

Back to top button