ଇସ୍ରାଏଲ ଉପରେ ଇରାନର ଆକ୍ରମଣ : ଭାରତୀୟ ଦୂତାବାସ ନାଗରିକମାନଙ୍କ ପାଇଁ ଜାରି କଲା ନୂତନ ମାର୍ଗଦର୍ଶିକା

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଭାରତୀୟ ନାଗରିକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବାସହ ସମସ୍ତ ନିରାପତ୍ତା ମାନଦଣ୍ଡ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।ମାର୍ଗଦର୍ଶିକାରେ ଆହୁରି କୁହାଯାଇଛି ଯେ, ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଇସ୍ରାଏଲ ସରକାର ଓ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି। ଭାରତୀୟ ଦୂତାବାସ ଏହାର ନାଗରିକଙ୍କ ପାଇଁ ଏକ ଲିଙ୍କ୍‌‌ ଜାରି କରିଛି, ଯେଉଁଥିରେ ଭାରତୀୟ ନାଗରିକମାନଙ୍କୁ ପଞ୍ଜିକରଣ କରିବାକୁ କୁହାଯାଇଛି। ଅତି ଆବଶ୍ୟକ ନହେଲେ ଯାତ୍ରା ନ କରିବାକୁ ଦୂତାବାସ ପକ୍ଷରୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଇରାନସ୍ଥିତ ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଜରୁରୀକାଳୀନ ପରିସ୍ଥିତିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନେ ଏହି ନମ୍ବରରେ ଦୂତାବାସ ସହିତ ଯୋଗାଯୋଗ କରିପାରିବେ। ଜାରି କରାଯାଇଥିବା ନମ୍ବରଗୁଡ଼ିକ ହେଉଛି- +୯୮୯୧୨୮୧୦୯୧୧୫, +୯୮୯୯୩୧୭୯୫୬୭, +୯୮୯୯୩୨୧୭୯୩୫୯, + ୯୮-୨୧-୮୮୭୫୫୧୦୩-୫।

Related Articles

Back to top button