ସୈନ୍ୟ ଠିକଣା ଉପରେ ଆକ୍ରମଣ ମାମଲାରେ ଇମ୍ରାନଙ୍କୁ ମିଳିଲା ଜାମିନ୍

ପାକିସ୍ତାନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ବିଭିନ୍ନ ସୈନ୍ୟ ଠିକଣା ଉପରେ ଆକ୍ରମଣ ମାମଲାରେ ଜାମିନ୍ ପ୍ରଦାନ କରାଯାଇଛି । ଗତ ବର୍ଷ ମେ’ ୯ ତାରିଖରେ ପାକିସ୍ତାନରେ ସେନାର ବିଭିନ୍ନ ବାରାକ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ଇମରାନ୍‌ ଖାନ୍‌ଙ୍କ ହାତ ଥିବା କଥା ଅଭିଯୋଗ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଆଣ୍ଟି ଟେରୋରିଜିମ୍‌ କୋର୍ଟ ତାଙ୍କୁ ଜାମିନ୍‌ ପ୍ରାଦନ କରିଛନ୍ତି ।

୭୧ ବର୍ଷିୟ ଇମରାନ୍ ଖାନ୍‌ଙ୍କୁ ଏବେ ଜେଲ୍‌ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ ଦର୍ଶାଇଛନ୍ତି । ଏଟିସି ନ୍ୟାୟାଧୀଶ ମଲିକ୍‌ ଇଜାଜ୍‌ ଆସିଫ୍‌, ଇମରାନ୍‌ଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିଥିବା ବେଳେ ଇମରାନ୍‌ଙ୍କୁ ଜେଲ୍‌ରେ ରଖିବାର ଆବଶ୍ୟକତା ନାହିଁ ବୋଲି ଅଦାଲତ ଦର୍ଶାଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହା ମହମ୍ମଦ ଖୁରେସୀଙ୍କୁ ମଧ୍ୟ ଜାମିନ୍‌ ମିଳିଛି ।ଏହି ସବୁ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଇମରାନ୍‌ ଖାନ୍‌ ଅଦାଲତରେ ଉପସ୍ଥିତ ରହି ଜଣାଇଥିଲେ ।

Related Articles

Back to top button