ପ୍ରଧାନମନ୍ତ୍ରୀ ମୋଦି ମା’ଙ୍କ ଜନ୍ମଦିନରେ ଭେଟିଲେ

ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜିଠାରୁ ବଡ ଦିନ ଆଉ କେବେ ହୋଇନପାରେ । କାରଣ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ  ଗାନ୍ଧୀନଗର ଘରେ  ନିଜ ମା’ଙ୍କୁ ଭେଟିଛନ୍ତି ମୋଦି । ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତାଙ୍କ ପାଦ ଧୂଆ ପାଣିକୁ ଆଖିରେ ଲଗାଇଛନ୍ତି । ଏସବୁ ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ପ୍ରକାଶ କରିଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସବୁଠୁ ବଡ଼ କଥା ହେଲା ୧୦୦ ବର୍ଷ ବୟସ ହୋଇଥିଲେ ମଧ୍ୟ ମା’ ହୀରାବେନ ସୁସ୍ଥ ଅଛନ୍ତି । ଆଉ ଯୋଗ ହିଁ ତାଙ୍କୁ ସୁସ୍ଥ ରଖିଛି । ପ୍ରତିଦିନ ମୋଦିଙ୍କ ମା ଯୋଗ କରିଥାନ୍ତି । ଆଜି ଦିନରେ ପ୍ରଧାନମନ୍ତ୍ରୀ ପୁଅ ମୋଦି ସହ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି ମୋଦି । ସେ ସବୁ ଫଟୋ ଟୁଇଟରରେ ମଧ୍ୟ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ଫଟୋକୁ ନେଇ ଏବେ ହୀରାବେନଙ୍କ ଫିଟନେସର ରହସ୍ୟ ଆଲୋଚନା ହେଉଛି । ଲକ୍ଷାଧିକ ୟୁଜର ମାଙ୍କ ସହ ମୋଦିଙ୍କ ଫଟୋକୁ ପ୍ରଶଂସା କରି ମତ ରଖୁଛନ୍ତି ।

ସେପଟେ ମୋଦିଙ୍କ ର ଆଜି ଗୁଜରାଟରେ ଅନେକ କାର୍ଯ୍ୟକ୍ରମରେ ଭାଗଦେବାର ଯୋଜନା ରହିଛି । ବିଶେଷ କରି  ପାୱାଗଡ଼ ପାହାଡ଼ରେ ଦେବୀ ମା କାଳୀଙ୍କ ନିକଟରେ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମନ୍ଦିରରେ ୫୦୦ ବର୍ଷ ପରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ମୁସଲିମ ଆକ୍ରମଣକାରୀମାନେ ଏହି ମନ୍ଦିରକୁ ଆକ୍ରମଣ କରି ଭାଙ୍ଗିଦେଇଥିଲେ । ସେବେଠାରୁ ଏଠାରେ ଧ୍ବଜାରୋହଣ କାର୍ଯ୍ୟକ୍ରମ ବନ୍ଦ ଥିଲା । ମନ୍ଦିରର ନବୀକରଣ କାର୍ଯ୍ୟର ଉଦଘାଟନ କରିବା ସହ ଧ୍ବଜାବତରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କ ଜନ୍ମଦିନରେ ପାୱାଗଡ଼ରେ ମା’ କାଳୀଙ୍କ ଦର୍ଶନ କରିବା ସହ ମାଙ୍କ ସୁସ୍ଥ ଜୀବନ ପାଇଁ ପୂଜା ମଧ୍ୟ କରିବେ ।

ମୋଦିଙ୍କ ଗସ୍ତ ପୂର୍ବରୁ ମା’ କାଳୀଙ୍କ ଏହି ମନ୍ଦିର ମଧ୍ୟ ବେଶ ସୁନ୍ଦର ଭାବେ ପ୍ରସ୍ତୁତି ହୋଇଛି ।  ପାୱାଗଡ଼ର ପର୍ବତକୁ ଲକ୍ଷାଧିକ ଶ୍ରଦ୍ଧାଳୁ ମା କାଳୀଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି ।  ଏଠାରେ ଦର୍ଶନ ପାଇଁ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କୁ ରୋପ-ୱେ ମାଧ୍ୟମରେ ପାହାଡ ଉପରକୁ ଯିବାକୁ ପଡେ ।  ୨୫୦ ପାହାଚ ଚଢ଼ିଲେ ମା’ଙ୍କ ଦର୍ଶନ ମିଳିଥାଏ । ମୋଦିଙ୍କ ତତ୍ତ୍ବାବଧାନରେ ମନ୍ଦିରର ନବୀକରଣ କରାଯାଇଛି ।   ଏଥି ସହିତ ମନ୍ଦିରକୁ ଭବ୍ୟତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଏହି ପର୍ବତ ଉପରକୁ ହେଲିକପ୍ଟରରେ ଯିବେ । ଏଠାରେ ସେ ମା’ଙ୍କ ଦର୍ଶନ କରିବେ । ଗୁଜୁରାଟର ଏହି ଅଞ୍ଚଳରେ ଜନଜାତି ସଂପ୍ରଦାୟର ଅଧିକ ଲୋକ ବସବାସ କରନ୍ତି । ପାଭଗଡ ପାହାଡ ଉପରେ ଅବସ୍ଥିତ ଏହି ଏକାଦଶ ଶତାବ୍ଦୀର ମନ୍ଦିରର  ପ୍ରାୟ ୫୦୦ ବର୍ଷ ପୂର୍ବେ ସୁଲତାନ ମହମୁଦ ବେଗଡା ଦ୍ୱାରା ନଷ୍ଟ ହୋଇଯାଇଥିଲା। ମନ୍ଦିରର ଟ୍ରଷ୍ଟି ଅଶୋକ ପାଣ୍ଡ୍ୟା କହିଛନ୍ତି ଯେ ବିଶ୍ୱାସ କରାଯାଏ ଋଷି ବିଶ୍ୱାମିତ୍ର ପାଭଗଡରେ ଦେବୀ କାଳୀଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ପଞ୍ଚଦଶ ଶତାବ୍ଦୀରେ ଚମ୍ପାନେର ଆକ୍ରମଣ ସମୟରେ ସୁଲତାନ ମହମୁଦ ବେଗଡା ମନ୍ଦିରର ମୂଳ ସ୍ଥାନ ନଷ୍ଟ କରିଥିଲେ।  ପରେ ମନ୍ଦିରର ଶୀର୍ଷରେ ମୁସଲମାନ ସାଧୁ ସାଧନାଶ ପିରଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା।

 

Related Articles

Back to top button