ମଙ୍କିପକ୍ସକୁ ନେଇ ମାର୍ଗଦର୍ଶିକା ଜାରି: କଣ୍ଟାକ୍ଟ ଟ୍ରେସିଂ ସହିତ ୨୧ ଦିନିଆ ଆଇସୋଲେଶନ

ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସର ସଂକ୍ରମଣ ଗତି ମନ୍ଥର ରହିଛି। କିନ୍ତୁ ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହାର ସଂକ୍ରମଣ କିପରି ହେବ ଏବଂ ଏହା କରୋନା ପରି ବିସ୍ତାର ହେବ କି ନାହିଁ । ଏପରି ସ୍ଥଳେ ଦିଲ୍ଲୀରେ ମଙ୍କିପକ୍ସର ଖବର ସାମ୍ନାକୁ ଆସିବା ପରେ ତଥା ଦେଶରେ ମୋଟ ୪ ଟି ମାମଲାର ରିପୋର୍ଟ ହେବା ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ମଙ୍କିପକ୍ସକୁ ନେଇ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ମଙ୍କିପକ୍ସ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଏ ସମ୍ପର୍କରେ କୁହାଯାଇଛି ଯେ କଣ୍ଟାକ୍ଟ ଟ୍ରେସିଂ ସହିତ ଆକ୍ରାନ୍ତଙ୍କୁ ୨୧ ଦିନିଆ ଆଇସୋଲେଶନ ରହିବାକୁ ପଡ଼ିବ। ମଙ୍କିପକ୍ସର ଚିକିତ୍ସା ପାଇଁ ଲୋକଙ୍କୁ ତାଲିମ ଦେବାର ଆବଶ୍ୟକତା ମଧ୍ୟ ରହିଛି। ଆମେରିକା ଏବଂ ୟୁରୋପରେ ଏହାର ସଂକ୍ରମଣ ନେଇ କିଛି ଟିକା ଏବଂ ଔଷଧର ସୁପାରିଶ ମଧ୍ୟ କରାଯାଇଛି।

ସାଧାରଣତଃ ମଙ୍କିପକ୍ସ ଆକ୍ରାନ୍ତ ୨୧ ଦିନରେ ନିଜେ ଭଲ ହୋଇଯାଇଥାନ୍ତି। ତେବେ ଏହାକୁ ରୋକିବା ପାଇଁ ଆମେରିକାରେ ଏକ ଔଷଧ ସୁପାରିଶ କରାଯାଉଛି। ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଟେକୋଭିରିମାଟ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। କିନ୍ତୁ ଏହି ଔଷଧ ଭାରତରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

ଆମେରିକାରେ, ସ୍ମଲପକ୍ସ ଟିକା ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଦିଆଯାଉଛି। ଏହା ଦ୍ୱାରା ପ୍ରାରମ୍ଭିକ ଲକ୍ଷଣରେ କିଛି ମାତ୍ରାରେ ଆରାମ ମିଳିପାରେ। କିନ୍ତୁ ୭ ଦିନ ବିତିଯିବା ପରେ ଏହା ଅଧିକ ଲାଭଦାୟକ ମନେ ହୁଏ ନାହିଁ। ୟୁରୋପର ମେଡିସିନ ପ୍ରାଧିକରଣ ଏଜେନ୍ସି ଏଏମଏ ପକ୍ଷରୁ ଚିକିତ୍ସାରେ ଇମଭାନେକ୍ସ ବ୍ୟବହୃତ ହେଉଊଛି।

ବିଶ୍ୱ ସୱାସ୍ଥ୍ୟ ସଂଗଠନ ଶନିବାର ମାଙ୍କଡପକ୍ସକୁ ନେଇ ପୃଥିବୀରେ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ସମସ୍ତ ଦେଶକୁ ଏହି ପ୍ରସଙ୍ଗରେ ଗମ୍ଭୀର ହେବାକୁ ପରାମର୍ଶ ପ୍ରଦାନ କରାଯାଇଛି। ପୃଥିବୀର ୭୫ଟି ଦେଶରେ ୧୬ ହଜାରରୁ ଅଧିକ ମଙ୍କିପକ୍ସର ମାମଲା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Related Articles

Back to top button