ଡ଼ିଏସପି ଅଭିନବ ଡାଲୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ଭିଜିଲାନ୍ସ

ଢେଙ୍କାନାଳ: ୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ହୋଇଥିବା ଢେଙ୍କାନାଳର ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କ ରିମାଣ୍ଡ ମଞ୍ଜୁର ହୋଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭିଜିଲାନ୍ସକୁ ୨ଦିନ ରିମାଣ୍ଡ ନେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ୩ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟଙ୍କ ଅନୁମତି ମୁତାବକ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ୱର ୮ତାରିଖ ପୂର୍ବାହ୍ଣ ୧୦ଟାରୁ ଭିଜିଲାନ୍ସ ଅଭିନବଙ୍କୁ ରିମାଣ୍ଡରେ ନେଇ ଆସନ୍ତା ୧୦ତାରିଖ ପୂର୍ବାହ୍ନ ୧୦ଟା ଭିତରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପୁଣି ହାଜର କରାଇବ।

ସୂଚନା ଥାଉକି, ଗିରଫ ଏହି ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆ ସଦର ଥାନାଧିକାରୀ ଭାବେ ଦାଇତ୍ୱରେ ଥିଲେ । ଢେଙ୍କାନାଲ ଜିଲ୍ଲାରେ ସେ ଗତ ୨୦୧୬ମସିହାରୁ ଇନ୍ସପେକ୍ଟର ଭାବେ ଟାଉନ, କାମାକ୍ଷାନଗର ଓ ସଦର ଥାନା ଅଧିକାରୀ ଭାବେ ଥିଲାବେଳେ ବ୍ରାଉନ ସୁଗାର, ଗୋରୁ ଚାଲାଣ,କୋଇଲା କାରବାର,ପଥର ଓ ବାଲି ମାଫିଆ ଓ ବିଭିନ୍ନ ମାଫିଆଙ୍କ ସହ ସଲାସୁତରାରେ ଅନେକ ଚୋରା କାରବାରରେ ସମ୍ପୃପ୍ତ ଓ ବ୍ୟାପକ ଲାଞ୍ଚ କାରବାର କରୁଥିଲେ। ଏପରି ନିଜ  ସମ୍ପର୍କୀୟ ଓ ସହଯୋଗୀ ମାନଙ୍କ ନାମରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତି ଠୁଳ କରିଥିବା ଅନେକ ଅଭିଯୋଗ ହୋଇଥିଲା ।

ଡ଼ିଏସପି ପାହ୍ୟାକୁ ପଦୋନ୍ନତି ପରେ ମଧ୍ୟ ଢେଙ୍କାନାଳରେ ଥିବାବେଳେ ଗତ କିଛି ଦିନ ହେଲା ତାଙ୍କର ରାଉଲକେଲା ବଦଳି ଆଦେଶ ହୋଇଥିଲା। ବହୁ ବାଦ ବିବାଦରେ ଥିବା ସାଙ୍ଗକୁ ତାଙ୍କ ନାମରେ ଅନେକ ସଙ୍ଗିନ ଅଭିଯୋଗ ଯୋଗୁଁ ସେ ଭିଜିଲାନ୍ସ ସ୍କାନରରେ ରହିଥିଲେ। ଏପରିସ୍ଥଳେ ଲାଞ୍ଚ ନେଇ ଟ୍ରାପ ପରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର, କେନ୍ଦୁଝର, ଜଟଣୀ, ଜଗତସିଂପୁର ଓ ଢେଙ୍କାନାଲ ଆଦି ବିଭିନ୍ନ ଜାଗାରେ ୮ଟି ଟିମ ମାଧ୍ୟମରେ ଚଢ଼ାଉ କରି ଠୁଳ କରିଥିବା ବେଆଇନ ସମ୍ପତି ର ଲମ୍ବା ତାଲିକା ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି। ଏପରିକି କିଛି ମାଫିଆଙ୍କ ଲିଙ୍କରେ ବେଆଇନ ସମ୍ପତି ଠୁଳ ସମ୍ପର୍କରେ କିଛି ତଥ୍ୟକୁ ନେଇ ଭିଜିଲାନ୍ସ ଖୋଲ ତାଡ଼ କରୁଥିବା ସମ୍ପର୍କରେ ଅଧିକ ପଚରା ଉଚରା କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଏହି ରିମାଣ୍ଡ ନେଉଥିବା ଆଶଙ୍କା କରାଯାଉଛି।

Related Articles

Back to top button