ପିଏଚଡିରେ ଆଡମିଶନ ପାଇଁ ନେଟ ସ୍କୋର ଆବଶ୍ୟକ : ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚିବେ ଛାତ୍ରଛାତ୍ରୀ 

ଏଣିକି ପିଏଚଡିରେ ଆଡମିଶନ ପାଇଁ ନେଟ ସ୍କୋରର ଆବଶ୍ୟକତା ପଡ଼ିବ । ଉକ୍ତ ସ୍କୋର ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ କରାଯିବ । ପୂର୍ବରୁ ୟୁନିଭରସିଟିମାନେ ଅଲଗା ଅଲଗା ଭାବେ ପିଏଚଡିଏ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ । ଫଳରେ ଛାତ୍ରାଶତ୍ରୀମାନେ ଏକାଧିକ ଥର ପରୀକ୍ଷା ଦେଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଛାତ୍ର୍ରଛାତ୍ରୀଙ୍କ ଅଭିଯୋଗ ଓ ଅସୁବିଧାକୁ ଦୂର କରିବା ଲକ୍ଷ୍ୟରେ ୟୁଜିସି ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ।

ତେବେ ଉକ୍ତ କମିଟିର ସୁପାରିଶ କ୍ରମେ ନେଟ୍ ସ୍କୋର ଆଧାରରେ ପିଏଚଡି ନାମଲେଖା ନେଇ ୟୁଜିସି ନିଷ୍ପତ୍ତି ନେଇଛି । ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀଙ୍କୁ ଆଉ ଏକାଧିକ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏକ୍ସପର୍ଟ କମିଟିର ସୁପାରିଶ କ୍ରମେ ଗତ ୧୩ ତାରିଖରେ ୫୭୮ତମ ବୈଠକରେ ୟୁଜିସି ଏହି ନିଷ୍ପତ୍ତି ନେଇଥିଲା । ନୂଆ ନିୟମ ଅନୁସାରେ, ଆସନ୍ତା ଜୁନ ପରଠାରୁ, ୟୁଜିସି ନେଟରେ କ୍ୱାଲିଫାଏ ହୋଇଥିବା ଛାତ୍ରଛାତ୍ରୀମାନେ ୩ଟି ବର୍ଗରେ ପିଏଚଡି ଆଡମିଶନ ପାଇଁ ଯୋଗ୍ୟ ହୋଇ ପାରିବେ ।

Related Articles

Back to top button