ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା : ୩୧୯ଟି ସହରରେ ହୋଇଛି ପରୀକ୍ଷା କେନ୍ଦ୍ର

ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା । ଦେଶରେ ୩୧୯ଟି ସହରରେ ପରୀକ୍ଷା କେନ୍ଦ୍ର ରହିଥିଲା ବେଳେ ଦେଶ ବାହାରେ ୨୨ ସହରରେ ପରୀକ୍ଷା କେନ୍ଦ୍ର ରହିଛି । ଏପ୍ରିଲ୍ ୪ରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ୨୦୨୪ ସେସନ୍-୨ ଆରମ୍ଭ ହେବ। ଏପ୍ରିଲ୍ ୪ରୁ JEE ମେନ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୱେବ୍‌ସାଇଟ୍‌ରେ ଆବେଦନକାରୀଙ୍କ ଆଡ ଆଡମିଟ୍ କାର୍ଡ ସହ ସେଥିରେ ପରୀକ୍ଷା କେନ୍ଦ୍ର ତାଲିକା ଉପଲବ୍ଧ ହେଉଛି ।

ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୪ ସେସନ୍-୨ ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ୫ ,୬,୭,୮ ଏବଂ ୯ ତାରିଖରେ ବିଇ ଏବଂ ବିଟେକ୍ ପେପର-୧ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ୨ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୯ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ଆଉ ମାତ୍ର କିଛି ଦିନ ବ୍ୟବଧାନ ଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରିରଖିଛନ୍ତି । ପରୀକ୍ଷାର୍ଥୀ ନିଜର ଆପ୍ଲିକେସ ନମ୍ବର ଏବଂ ଜନ୍ମତାରିଖ ଦେଇ ଏନ୍‌ଟିଏ ୱେବ୍‌ସାଇଟ୍ htts://jeemain.nta.ac.in ଜେଇଇ ମେନ୍ ପରୀକ୍ଷା ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ।

Related Articles

Back to top button