ଏବର୍ଷ ବଢିବନି ୟୁରିଆ ଓ ଡିଏପି ସାର ମୂଲ୍ୟ, କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି

ନୂଆଦିଲ୍ଲୀ : ଆସନ୍ତା ଖରିଫ ଋତୁରେ ୟୁରିଆ ଓ ଡିଏପି ସାର ମୂଲ୍ୟ ବଢିବ ନାହିଁ । ଏ ନେଇ କେନ୍ଦ୍ର ସରକାର ବୁଧବାରଦିନ ଘୋଷଣା କରିଛନ୍ତି । ବୁଧବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା । ସରକାର ୟୁରିଆ ପାଇଁ ୭୦ ହଜାର କୋଟି ଓ ଡିଏପି (ଡାଇ-ଆମୋନିୟମ ଫସଫେଟ୍) ପାଇଁ ୩୮ ହଜାର କୋଟି ବ୍ୟୟ କରିବେ । ଏହିପରିଭାବେ ସରକାର ସାର ସବସିଡି ବାବଦରେ ମୋଟ ୧ ଲକ୍ଷ ୮ ହଜାର କୋଟି ବ୍ୟୟ କରିବେ ବୋଲି କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସ୍ବାସ୍ଥ୍ୟ, ରସାୟନ ଓ ସାର ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷର ସାର ସବସିଡି କମ ଥିବା ସତ୍ତ୍ବେ ସାର କିଣିବାକୁ ଚାଷୀମାନଙ୍କୁ ଅଧିକ ବ୍ୟୟ କରିବାକୁ ପଡ଼ିବ ନାହିଁ । କାରଣ ସାରର ଖୁଚୁରା ମୂଲ୍ୟରେ ବୃଦ୍ଧି କରାଯାଇନାହିଁ । ଏହାର ଆଉ ଏକ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ସାର ଦର ହ୍ରାସ ପାଇଛି । ଏଣୁ ଏହା ସରକାରଙ୍କ ସାର ସବସୀଡି ବ୍ୟୟ ହ୍ରାସ କରିଛି ।

Related Articles

Back to top button