୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ କଂଗ୍ରେସକୁ ନୋଟିସ : ଟ୍ୟାକ୍ସ ଟେରୋରିଜିମ ଚଳାଇଛି ବଜେପି

କଂଗ୍ରେସକୁ ଝଟକା , ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନୋଟିସ ପଠାଇଛି ଆୟକର ବିଭାଗ । ୨୦୧୭-୧୮ ଏବଂ ୨୦୨୦-୨୧ରେ ଆୟକର ପୈଠ ନେଇ ନୋଟିସ୍ ହୋଇଥିଲା । ଏଥିରେ ଉଭୟ ଜୋରିମାନା ସହିତ ସୁଧ ମଧ୍ୟ ପୈଠ କରିବାକୁ କୁହାଯାଇଥିଲା । ତେବେ କଂଗ୍ରେସ କହିଛି, ଲୋକସଭା ନିର୍ବାଚନ ବେଳେ ବିଜେପି ଆୟକର ବିଭାଗକୁ ବ୍ୟବହାର କରୁଛି ଏବଂ ଟିକସ ପୈଠ କରିବାକୁ ନୋଟିସ ଜାରି କରି ଆର୍ଥିକ ସଙ୍କଟ ତିଆରି କରିବାକୁ ଚେଷ୍ଟା କରୁଛି ।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି, ବିଜେପି ଆଇଟି ନିୟମକୁ ଉଲ୍ଲଂଘନ କରିଛି । ୪ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ଟିକସ ବିଜେପି ପୈଠ କରିବାକୁ ବାକି ଅଛି ବୋଲି କଂଗ୍ରେସ କହିଛି । ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏହାକୁ ଗୁରୁତର ସହ ନେଇ ନୋଟିସ କରିବା ଉଚିତ ବୋଲି କୁହାଯାଇଛି । ଅନ୍ୟପଟେ ଏବେ ଟ୍ୟାକ୍ସ ଟେରୋରିଜିମ ଜରିଆରେ ବିରୋଧୀ କଂଗ୍ରେସକୁ ଦୁର୍ବଳ କରିଦେବାକୁ ପ୍ରୟାସ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Related Articles

Back to top button