ବଲିଉଡ଼ର ବିଶିଷ୍ଟ ଭଜନ କଣ୍ଠଶିଳ୍ପି ଅନୁରାଧା ପଡୱାଲ ବିଜେପିରେ ସାମିଲ ହୋଇଛନ୍ତି

ଆଜି ଅପରାହ୍ନ ୩ଟରାରେ ନିର୍ବାଚନ କମିଶନର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଦୁନିଆ ସହ ଜଡ଼ିତ ବ୍ୟକ୍ତି ବିଶେଷ ସାମିଲ ହେଉଥିବାର ନଜିର ରହିଛି । ଏଥିମଧ୍ୟରେ ବଲିଉଡ଼ର ବିଶିଷ୍ଟ ଭଜନ କଣ୍ଠଶିଳ୍ପି ଅନୁରାଧା ପଡୱାଲ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏନେଇ ଏଏନ୍ଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ଠିକ୍ ଏହି ସମୟରେ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । ଅନୁରାଧା ପଡୱାଲ ଜଣେ ପସିଦ୍ଧ କଣ୍ଠଶିଳ୍ପୀ । ସେ ୯୦ ଦଶକରେ ଭଜନ ଗାଇ ବେଶ ଲୋକପ୍ରିୟ ହୋଇଥିଲେ । ଏବେ ସେ ୬୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୬୯ ମସିହାରେ ଅରୁଣ ପଡୱାଲଙ୍କୁ ବିବାହ କରିଥିଲେ । ଅରୁଣ ପଡୱାଲ ଏସଡି ବର୍ମନଙ୍କ ନିକଟରେ ସହଯୋଗୀ ସଂଗୀତ ସଂଯୋଜକ ଭାବେ କାମ କରୁଥିଲେ ।

Related Articles

Back to top button