ପୋଲିସ କୁକୁର ଗୀତାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ରବିବାର ପୋଲିସ କୁକୁର ଗୀତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ୧୧ ବର୍ଷ ବୟସରେ ଶନିବାର ଲାବ୍ରେଡର ପ୍ରଜାତିର ଏହି କୁକୁର ଆଖି ବୁଜିଥିଲା। ୨୦୧୧ ମେ ୨୧ରେ ଜନ୍ମିତ ଗୀତା ପୋଲିସ ବାହିନୀରେ ସେହିବର୍ଷ ଅଗଷ୍ଟ ୧୯ରେ ସାମିଲ ହୋଇଥିଲା। ଭିଭିଆଇପିଙ୍କ ଗସ୍ତବେଳେ ସୁରକ୍ଷା ଓ ବିସ୍ଫୋରକ ଠାବ କାର୍ଯ୍ୟରେ ଏହାକୁ ନିୟୋଜିତ କରାଯାଉଥିଲା। ମାଙ୍ଗାଲୁରୁର ଡିଏଆର୍‌ ଗ୍ରାଉଣ୍ଡ୍‌ରେ ରବିବାର ପୂର୍ବାହ୍ନ ୮ଟାରେ ଗୀତାକୁ ରାଷ୍ଟ୍ରୀୟ ସମ୍ମାନ ସହ ସମାଧି ଦିଆଯାଇଥିବା ପୋଲିସ କମିଶନର ଏମ୍‌. ଶଶିକୁମାର କହିଛନ୍ତି।

Related Articles

Back to top button