ରାଜସ୍ଥାନ କଂଗ୍ରେସରେ ହାଇଡ୍ରାମା ଭିତରେ ଦିଲ୍ଲୀରେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସିଥିବା ସୂଚନା ରହିଛି। ଏବଂ ଏବେର ଘଟଣାକ୍ରମ ସହିତ ସେ ଦିଲ୍ଲୀ ଆସିବାର କୌଣସି ଲିଙ୍କ୍ ନାହିଁ ବୋଲି କହିଛନ୍ତି। ସେ ନିୟମିତ ବିମାନରେ ଅପରାହ୍ନରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି।

ପାଇଲଟ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିଥିବା ଖବରକୁ ଅସ୍ୱୀକାର କରିଛନ୍ତି । ସେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁଯାୟୀ କଂଗ୍ରେସ ବିଧାୟକ ସଚିନ ପାଇଲଟ ନିଜର ସମର୍ଥିତ ବିଧାୟକଙ୍କ ବ୍ୟତୀତ ଅନ୍ୟ ବିଧାୟକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ହାଇକମାଣ୍ଡର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ସେ ତାଙ୍କ ସମର୍ଥକଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲୋଟଙ୍କ ଶିବିର ବିଦ୍ରୋହ କରିବା ପରେ ଅନେକ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି କୁହାଯାଉଥିଲା, କିନ୍ତୁ ତାଙ୍କ ଶିବିରର ପ୍ରାୟ ୯୦ ଜଣ ବିଧାୟକ ନାଟକୀୟ ଢଙ୍ଗରେ ଇସ୍ତଫା ଦେଇ ଏକ ପ୍ରକାର ଚାପ ପ୍ରୟୋଗ କରିଛନ୍ତି। ରାଜନୈତିକ ବିଶେଷଜ୍ଞ କହିଛନ୍ତି, ଗେହଲୋଟଙ୍କ ଶିବିରର ବିଧାୟକ ଇସ୍ତଫା ଦେଇ ଉଭୟ ଦଳର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାପ ପ୍ରୟୋଗ କରୁଛନ୍ତି।

Related Articles

Back to top button