ଗୋଟିଏ ଦିନରେ ଓଡ଼ିଶା ହାଇକୋର୍ଟରେ ୩୨ଟି ମାମଲାର ରାୟ ଶୁଣାଇଲେ ବିଚାରପତି

କଟକ: ସୁପ୍ରିମକୋର୍ଟ ଏବେ ଅନେକ ପଡି ରହିଥିବା ମାମଲାର ଶୁଣାଣି କରିବାକୁ ଯାଇ ‘ଫାଷ୍ଟ ଟ୍ରାକ’ କୋର୍ଟ ଭଳି ଶୁଣାଣି କରୁଛନ୍ତି। ଦେଶର ଅନେକ ମାମଲା ପଡିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି କାର୍ଯ୍ୟଧାରାକୁ ଅନେକ ପ୍ରଶଂସା କରୁଛନ୍ତି। ଏବେ ଏହି ଧାରାରେ ଯୋଡି ହୋଇଛି ଓଡିଶା ହାଇକୋର୍ଟ। ହାଇକୋର୍ଟର ବରିଷ୍ଠ ବିଚାରପତି ଗୋଟିଏ ଦିନରେ ୫-୬ ମାମଲା ନୁହେଁ ବରଂ ୩୨ଟି ମାମଲାର ଶୁଣାଣି କରିଛନ୍ତି।

ଓଡ଼ିଶା ହାଇକୋର୍ଟରେ ଏବେ ୧.୭୨ ଲକ୍ଷ ମାମଲା ବିଚାରାଧୀନ ଅଛି। ଯଦି ସମସ୍ତ ହାଇକୋର୍ଟରେ ଥିବା ମାମଲାକୁ ଏକାଠି କରାଯିବ ତାହେଲେ ପ୍ରାୟ ୬୦ ଲକ୍ଷ ମାମଲା ବିଚାରାଧୀନ ରହିଛି।

 

Related Articles

Back to top button