ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଆସନରୁ ସାଂସଦ ହେବେ

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି । ଫଳାଫଳରେ ବିଜେପି ସର୍ବବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନ ଛାଡିପାରନ୍ତି ।ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଆସନରୁ ସାଂସଦ ହେବେ । କାରଣ ରାୟବରେଲିରେ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନ ଅଧିକ । ଏହା ସହିତ ଏହା ମଧ୍ୟ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ପୂର୍ବତନ ସଂସଦୀୟ ଆସନ । ସେପଟେ ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳର ୱାଏନାଡ ଲୋକସଭା ଆସନରୁ ଜିତିଛନ୍ତି ।

ଏଠାରେ ସେ ସିପିଆଇର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆନି ରାଜାଙ୍କୁ ୩.୬୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥିସହ ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରେ ମଧ୍ୟ ରାହୁଲ ବିପୁଳ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଛନ୍ତି । ଗତକାଲି ବାହାରିଥିବା ଫଳକୁ ନେଇ ରାହୁଲ କହିଛନ୍ତି ଯେ “ମୁଁ ଉଭୟ ରାୟବରେଲି ଏବଂ ୱାଏନାଡ ଆସନ ଜିତିଛି । ଉଭୟ ଲୋକସଭା ଆସନର ଭୋଟରଙ୍କୁ ହୃଦୟରୁ ମୋର ଅନେକ ଅନେକ ଧନ୍ୟବାଦ ।

Related Articles

Back to top button