ଆସନ୍ତା ବର୍ଷ କ୍ୱାଡ ବୈଠକ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ:  ୨୦୨୪ରେ କ୍ୱାଡ ବୈଠକ ଆୟୋଜନ କରିବାକୁ ଯାଉଛି ଭାରତ । ଜାପାନର ହିରୋସିମାରେ ଆୟୋଜିତ ଜି-୭ ସମ୍ମିଳନୀରେ ଭାଗ ନେଇ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାବର୍ଷ ଭାରତରେ କ୍ୱାଡ ଶିଖର ସମ୍ମିଳନୀର ଆୟୋଜକ ହେବାର ସୌଭାଗ୍ୟ ମିଳିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ମୋଦୀ ।

କ୍ୱାଡର ସଦସ୍ୟ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ନେତାମାନଙ୍କୁ ସମ୍ବୋଧିତ କରିବା ବେଳେ ମୋଦୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ମୁକ୍ତି, ସମୃଦ୍ଧି ଏବଂ ହିନ୍ଦ ପ୍ରଶାନ୍ତ ଅଞ୍ଚଳ ପାଇଁ କାମ କରିବା ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ । ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ, ଫୁମିଓ କିଶିଦା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥନୀ ଅଲବାନୀସ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହିନ୍ଦ-ପ୍ରଶାନ୍ତ ଅଞ୍ଚଳ ହେଉଛି ବୈଶ୍ୱିକ ବ୍ୟବସାୟ ଏବଂ ବିକାଶର ‘ଇଞ୍ଜିନ’ । ତେଣୁ ଏହାର ସୁରକ୍ଷା ଏବଂ ସଫଳତା ସମଗ୍ର ବିଶ୍ୱ ପାଇଁ ମହତ୍ତ୍ୱପୂର୍ଣ୍ଣ । କ୍ୱାଡ ହିନ୍ଦ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଏହାପରେ ମୋଦୀ କହିଛନ୍ତି ଯେ, ଆମେ ରଚନାତ୍ମକ ଏଜେଣ୍ଡା ଏବଂ ଲୋକତାନ୍ତ୍ରିକ ସିଦ୍ଧାନ୍ତ ଆଧାରରେ ଆଗେଇ ଚାଲିଛନ୍ତି । ମିଳିତ ପ୍ରୟାସରେ ଆମେ ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୃଷ୍ଟିକୋଣକୁ ବ୍ୟବହାରିକ ଦିଗ ଦେଉଛୁ।

Related Articles

Back to top button