‘ଜର୍ଜି ଗର୍ଲ’ ନାମରେ ପରିଚିତ ଲୋକପ୍ରିୟ ଅଷ୍ଟ୍ରେଲୀୟ ଗାୟିକା ଜୁଡିଥ୍‌ ଡରହମ୍‌ଙ୍କ ଦେହାନ୍ତ

Former Seekers lead singer dies aged 79

ଅଷ୍ଟ୍ରେଲୀୟ ସଂଗୀତ ‘ସିକର୍ସ’ ପାଇଁ ସ୍ୱର ଦେଇଥିବା ଗାୟିକା ଜୁଡିଥ ଡରହମ୍ ଏହି ଜଗତକୁ ଅଲବିଦା କହିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ‘ଜର୍ଜି ଗର୍ଲ’ ନାମରେ ମଧ୍ୟ ବେଶ୍‌ ଜଣାଶୁଣା । ସେ ଅନେକ ହିଟ୍ ଆଲବମ୍ ଦେଇଛନ୍ତି। ଯାହା ଏବେବି ଲୋକଙ୍କ ଓଠରେ ଅଛି । ତାଙ୍କର ପରଲୋକରେ  ଖବର ପାଇଁ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି।

୧୯୪୩ ମସିହାରେ ଅଷ୍ଟ୍ରେଲିଆର ଏସେଣ୍ଡନରେ ଜନ୍ମଗ୍ରହଣ କରିଥିବା ଜୁଡିଥ ଦୀର୍ଘ ସମୟ ଧରି ଫୁସଫୁସ ରୋଗ ସହ ଲଢୁଥିଲେ। ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ଶୁକ୍ରବାର ଦିନ ମେଲବୋର୍ଣ୍ଣର ଆଲଫ୍ରେଡ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେମାନଙ୍କ ସ୍ୱରର ଯାଦୁ ଏପରି ଥିଲା ଯେ ସିକର୍ସ ଇଂଲଣ୍ଡ ଏବଂ ଆମେରିକାରେ ପ୍ରଥମ ଅଷ୍ଟ୍ରେଲୀୟ ବ୍ୟାଣ୍ଡ ହୋଇଯାଇଥିଲା।

୧୯୬୮ ମସିହାରେ ଜୁଡିଥ୍ ତାଙ୍କ ବ୍ୟାଣ୍ଡ ଛାଡିଥିଲେ । ଏହା ପରେ ସେ ଅନେକ ଷ୍ଟୁଡିଓ ଆଲବମ୍ ରିଲିଜ୍ କରିଥିଲେ। କିନ୍ତୁ ୧୯୯୦ରେ, ସେ ପୁନର୍ବାର ସକର୍ସ ବ୍ୟାଣ୍ଡ ସହିତ କାମ କରିବା ଆରମ୍ଭ କଲେ । ବର୍ତ୍ତମାନ ତାଙ୍କ ମୃତ୍ୟୁରେ ଅନେକ ବଡ ବଡ କଳାକାର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି।

Related Articles

Back to top button