ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଲା ଇଡି

ନୂଆଦିଲ୍ଲୀ : ରବିବାର ପ୍ରାୟ ୯ ଘଣ୍ଟାର ପଚରାଉପଚାର ପରେ ଶିବସେନା ସାଂସଦ ସଞ୍ଜଦ ରାଉତଙ୍କୁ ନିଜ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶିବସେନାରୁ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ମୁମ୍ବାଇ ସ୍ଥିତ ଘରେ ସକାଳେ ପହଞ୍ଚିଥିଲା। ରାଓ୍ୱତ ୧୦୩୪ କୋଟି ଟଙ୍କାର ପାତ୍ରା ଚଲ୍ ଦୁର୍ନୀତି ମାମଲାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ଏହି ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଦୁଇ ଥର ସମନ ଜାରି କରିଥିଲା, କିନ୍ତୁ ସେ ହାଜର ହୋଇ ନଥିଲେ।

ରାଉତଙ୍କୁ ପୂର୍ବରୁ ଜୁଲାଇ ୧ ତାରିଖରେ ଇଡି ପଚରାଉଚରା କରିଥିଲା । ଏହାପରେ ଜୁଲାଇ ୨୦ ଓ ୨୭ ତାରିଖରେ ନୋଟିସ କରାଯାଇଥିଲା । କିନ୍ତୁ ସେ ନିଜ ଓକିଲଙ୍କ ଜରିଆରେ ସଂସଦ ଅଧିବେଶନ କାରଣରୁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ଏହି ମାମଲାରେ ପୂର୍ବରୁ ଇଡି ତାଙ୍କର ଦାଦର ଓ ଅଲିବାଗ ସମ୍ପତ୍ତିକୁ ଆଟାଚ୍ କରିସାରିଛି ।

ଇଡିର ଅଭିଯଓଗ, ଗୁରୁ ଆଶୀଷ କନଷ୍ଟ୍ରକସନକୁ ପାତ୍ରା ଚଲର ପୁନଃ ବିକଶିତ କରିବା କାମ ମିଳିଥିଲା । ଏହାକୁ ଏମଏଚଏଡିଏ ସଂସ୍ଥାକୁ ଦେଇଥିଲା । ଏହାଦ୍ୱାରା ମୁମ୍ବାଇର ଗୋରେଗାଓ୍ଁରେ ୪୭ ଏକର ଓ ପାତ୍ରା ଚଲରେ ୬୭୨ ଘରକୁ ପୁନଃ ବିକଶିତ କରାଯାଇଥାନ୍ତା । କିନ୍ତୁ ସଂସ୍ଥା ସରକାରଙ୍କୁ ଠକି ଏହି ଜମି ୯୦୧ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା । ଏହାପରେ କମ୍ପାନୀ ଯେଉଁ ଲାଭ କରିଥିଲା ସେଥିରୁ ୧୦୦ କୋଟି ପ୍ରବୀଣ ରାଉତଙ୍କ ଆକାଉଣ୍ଟକୁ ପଠାଇଥିଲା । ପ୍ରବୀଣ ରାଉତଙ୍କ ପତ୍ନୀ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୮୩ ଲକ୍ଷ ଟଙ୍କା ପଠାଇଥିଲେ । ଏଥିରେ ବର୍ଷା ଏକ ଫ୍ଲାଟ୍ କିଣିଥିଲେ । ସେପଟେ ପ୍ରବୀଣ ଏବଂ ସଞ୍ଜୟ ଦୁହେଁ ବନ୍ଧୁ ବୋଲି ଇଡି କହିଥିଲା । ଏହି ଘଟଣାରେ ସଞ୍ଜୟ ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ଅଭିୟଯୋଗ କରିଛି ।

Related Articles

Back to top button