୮୦ ଲକ୍ଷ ଟଙ୍କା କ୍ଷତିପୂରଣ: କୋର୍ଟ ବାହାରେ ହେଲା ଯୌନ ନିର୍ଯାତନା ମାମଲାର ସମାଧାନ, ନେତାଙ୍କ ପୁଅ ବିରୋଧରେ ମାମଲା ଖାରଜ୍

ମୁମ୍ବାଇ:  ମାତ୍ର ୮୦ ଲକ୍ଷ ଟଙ୍କାରେ ଡିଲ୍ ଫାଇନାଲ୍। ଯୌନ ନିର୍ଯାତନା ମାମଲାର କୋର୍ଟ ବାହାରେ ହୋଇଗଲା ସମାଧାନ। ନେତାଙ୍କ ପୁଅ ବିରୋଧରେ ହୋଇଥିବା ମାମଲାକୁ ଖାରଜ କଲେ କୋର୍ଟ।

କେରଳ ସିପିଆଇଏମ୍‌ ନେତା କୋଦିୟେରୀ ବାଳକୃଷ୍ଣନଙ୍କ ବିନୟ କୋଦିୟେରୀଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ହୋଇଥିଲା। ହେଲେ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମାମଲାକୁ କୋର୍ଟ ବାହାରେ ସମାଧାନ କରିନିଆଯାଇଛି। ସେଟ୍‌ଲମେଣ୍ଟ ଟର୍ମ ପାଇବା ପରେ ମାମଲା ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ।

ଉଭୟ ପକ୍ଷ ତରଫରୁ ମହିଳାଙ୍କ ଠାରୁ ଜନ୍ମିତ ପିଲାର ଲାଳନ ପାଳନ ପାଇଁ ଖର୍ଚ୍ଚବହନ କରିବାକୁ ସହମତି ପ୍ରକାଶ ପାଇଛି। ମହିଳାଙ୍କୁ ତାଙ୍କ ଦାବି ଟଙ୍କା ଦିଆଯାଇଥିବା କୋର୍ଟରେ ଡକ୍ୟୁମେଣ୍ଟ ପୈଠ କରାଯାଇଛି। ତେବେ ଡକ୍ୟୁମେଣ୍ଟରେ ପିଲାଲ ପିତୃତ୍ୱ ନେଇ କୌଣସି ସୂଚନା ନାହିଁ।

୨୦୧୯ରେ ଜଣେ ମହିଳା ମୁମ୍ବାଇ ମୁମ୍ବାଇର ଓଶିୱାରା ପୁଲିସ ପାଖରେ ଅଭିଯୋଗ କରିଥିଲେ। ବିନୟ ତାଙ୍କୁ ବିବାହର ମିଥ୍ୟ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ମହିଳା ଅଭିଯୋଗ କରିଥିଲେ। ମହିଳାଙ୍କର ଏକ ୮ ବର୍ଷର ପିଲା ଅଛି। ପିଲାର ଭରଣପୋଷଣ ପାଇଁ ସେ କ୍ଷତିପୂରଣ ଚାହୁଁଛନ୍ତି ବୋଲି ମହିଳା ଅଭିଯୋଗରେ ଜଣାଇଥିଲେ।

ଏହାପରେ ବିନୟ ହାଇକୋର୍ଟର ଦ୍ୱାରସ୍ଥ ହୋଇ ମହିଳା ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି  ବୋଲି କହିବା ପରେ କୋର୍ଟ ଡିଏନ୍‌ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟ ବାହାରେ ମାମଲାର ସମାଧାନ ଆରମ୍ଭ ହେବାରୁ ଡିଏନ୍‌ଏ ଟେଷ୍ଟକୁ ସାର୍ବଜନିନ କରିବାକୁ ମହିଳା ଜଣଙ୍କ କୋର୍ଟଙ୍କୁ ଅନୁରୋଧ କରିଥିଲେ।

Related Articles

Back to top button