
ସୁରେଶ ଏନ୍. ପଟେଲ ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର
ନୂଆଦିଲ୍ଲୀ: ଭିଜିଲାନ୍ସ କମିଶନର ସୁରେଶ ଏନ୍. ପଟେଲ ବୁଧବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ସନ କମିଟି ଏହି ପଦ ପାଇଁ ସୁରେଶ ପଟେଲଙ୍କ ନାମ ଚୟନ କରିଥିଲା। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରେଶଙ୍କୁ ଶପଥ ପାଠ କରାଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଗୋଟିଏ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ରହିଥିଲା। ଆନ୍ଧ୍ରା ବ୍ୟାଙ୍କରେ ସୁରେଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଏବଂ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ୨୦୨୦ ଏପ୍ରିଲରେ ତାଙ୍କୁ ଭିଜିଲାନ୍ସ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଥିଲା।