
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ହସ୍ପିଟାଲରେ ଭର୍ତ୍ତି…
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁଲାଇ ୧୨ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ହସ୍ପିଟାଲ ପକ୍ଷରୁ ପ୍ରକାଶ ପାଇଥିବା ବୁଲେଟିନ୍ ଅନୁସାରେ ଷ୍ଟାଲିନ୍ଙ୍କଠାରେ ଦେଖାଦେଇଥିବା କରୋନା ଲକ୍ଷଣର ପରୀକ୍ଷା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଜ୍ୟପାଳ ଆର୍.ଏନ୍. ରବି ଏବଂ ଅନ୍ୟ ନେତା ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି।