ସରକାର ଜୁନ୍ ୨୩ରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର

ନୂଆଦିଲ୍ଲୀ:  ଖୁବଶୀଘ୍ର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି ମୋଦୀ ସରକାର । ଏଥିପାଇଁ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଆସନ୍ତା ମାସ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ କୃଷକମାନଙ୍କ ଆକାଉଣ୍ଟକୁ ଟଙ୍କା ଜାରି କରାଯିବ ବୋଲି ସୂଚନା ମିଳିଛି । କୃଷକ ସମାଜକୁ ବିଭିନ୍ନ ଉପାୟରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା ଆରମ୍ଭ କରିଛନ୍ତି ।

ବିଶେଷ କରି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନେ ପ୍ରକୃତ ଭାବରେ ଲାଭବାନ ହୋଇପାରୁଛନ୍ତି । ଏହି ଯୋଜନା ଅଧୀନରେ ସିଧାସଳଖ କୃଷକଙ୍କ ଆକାଉଣ୍ଟ ଟଙ୍କା ଆସିପାରୁଛି । ଏପର୍ଯ୍ୟନ୍ତ ଚାଷୀମାନଙ୍କ ଆକାଉଣ୍ଟରେ ୧୩ଟି କିସ୍ତି ପହଞ୍ଚି ସାରିଥିବା ବେଳେ ୧୪ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ଦେଶର କୋଟି କୋଟି କୃଷକ । ତେବେ ଏହି କିସ୍ତି ଆସନ୍ତାମାସ ୨୩(ଜୁନ) ତାରିଖରେ ପ୍ରଦାନ କରାଯାଇପାରେ । ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ପିଏମ କିସାନର କିସ୍ତି ଟ୍ରାନ୍ସଫର କରାଯାଏ । ତେଣୁ ଜୁନ ମାସରେ ଏହା କୃଷଖଙ୍କ ଆକାଉଣ୍ଟକୁ ପଠାଯାଇପାରେ । ତେବେ ପିଏମ କିସାନ ଯୋଜନାରେ ପଞ୍ଜୀକୃତ କୃଷକମାନଙ୍କୁ ଏହି କିସ୍ତି ପ୍ରଦାନ କରାଯିବ ।

Related Articles

Back to top button